ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

୨୪ରୁ ବଡ଼ିବନି ଘରୋଇ ବସ୍‌

0

ଭୁବନେଶ୍ବର: ୨୪ରୁ ଗଡ଼ିବନି ଘରୋଇ ବସ୍‌। ଏନେଇ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ସଂଘ। ମୁଖ୍ୟମନ୍ତ୍ରୀ ବସ ବ୍ଲକ୍‌ରୁ ଜିଲ୍ଲା ହେଡ୍‌ କ୍ୱାର୍ଟରକୁ ଆସିବାକୁ ନେଇ ବିବାଦ ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ବସ ସେବା ବନ୍ଦ କରିବାକୁ ଘରୋଇ ବସ ମାଲିକ ସଂଘ ଦାବି କରିଛନ୍ତି।

ଆସନ୍ତା ୨୩ ତାରିଖ ସୁଦ୍ଧା ଦାବିର ସମାଧାନ କରିବା ପାଇଁ ସଂଘ ଚେତାବନୀ ଦେଇଛି। ଏ ନେଇ ଘରୋଇ ବସ୍ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ଙ୍କ ପକ୍ଷରୁ ସୂଚନା ମିଳିଛି। ଯଦି ୨୩ ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ , ତେବେ ୨୪ ତାରିଖରୁ କଟକରେ ସମସ୍ତ ଘରୋଇ ବସ୍‌ ବନ୍ଦ ରହିବ। କଟକକୁ ବାହାରୁ କୌଣସି ବସ୍‌କୁ ଆସିବାକୁ ଦିଆଯିବ ନାହିଁ। ଏନେଇ ଘରୋଇ ବସ୍ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରିବ। ଯଦି ମୁଖ୍ୟମନ୍ତ୍ରୀ ନ ଶୁଣିଲେ ତେବେ ୨୪ ତାରିଖ ପରେ ସାରା ରାଜ୍ୟରେ ବସ୍‌ ସେବା ବନ୍ଦ କରାଯିବ।

Leave A Reply

Your email address will not be published.