ଛତିଶଗଡ଼: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଵିଜାପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରେ ଟପ୍ ମାଓନେତା ପାପା ରାଓ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି।
ଡିଆଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନଙ୍କୁ ଅପରେସନ ବେଳେ ଏହି ସଫଳତା ମିଳିଛି। ବିଜାପୁର ଜିଲ୍ଲାରେ ମାଓବାଦୀମାନେ ପୁଣି ସକ୍ରିୟ ହେବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଡିଆଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା ଆରମ୍ଭ କରିଦେଇଥିଲେ। ଏହାର ପାଲଟା ଯବାବ ଦେଇଥିଲେ ସୁରକ୍ଷାକର୍ମୀ। ଉଭୟଙ୍କ ମଧ୍ୟରେ ଗୁଳିବିନିମୟରେ ଦୁଇ ମାଓବାଦୀ ନିହତ ହୋଇଥିବାବେଳେ, ଯବାନ ମାନେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ।