ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୌହାଟୀରୁ ହାୱଡା ମଧ୍ୟରେ ଚାଲିବାକୁ ଥିବା ଏହି ଅତ୍ୟାଧୁନିକ ଟ୍ରନକୁ ପଶ୍ଚିମବଙ୍ଗର ମାଲଦା ଟାଉନ ରେଳ ଷ୍ଟେସନରୁ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଦେ ଭାରତ ଟ୍ରେନ ଲୋକଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବ। ଲୋକମାନେ କହୁଥିଲେ, ‘ମୁଁ କାମନା କରୁଛି ଯେ ଭାରତରେ ବିଦେଶୀ ପରି ଟ୍ରେନ ଥାଆନ୍ତା।’ ଆଜି, ସେହି ସ୍ୱପ୍ନ ସାକାର ହେଉଛି। ବନ୍ଦେ ଭାରତ ଟ୍ରେନ ଭାରତୀୟଙ୍କ କଠିନ ପରିଶ୍ରମରେ ନିର୍ମିତ, ଭାରତରେ ନିର୍ମିତ। ଏହି ଟ୍ରେନ ମା କାଳୀଙ୍କ ଭୂମିକୁ ମା କାମାକ୍ଷାଙ୍କ ଭୂମି ସହିତ ସଂଯୋଗ କରେ।” ଏହି ଟ୍ରେନ ହାଓଡ଼ା-ଗୌହାଟି ରୁଟରେ ଯାତ୍ରା ସମୟକୁ ପ୍ରାୟ ୨.୫ ଘଣ୍ଟା ହ୍ରାସ କରିବ। ବର୍ତ୍ତମାନ, ହାଓଡ଼ାରୁ ଗୌହାଟି ଟ୍ରେନରେ ଯାତ୍ରା କରିବାକୁ ପ୍ରାୟ ୧୮ ଘଣ୍ଟା ସମୟ ଲାଗେ।। ଏହି ଟ୍ରେନ ଚାଲିବା ଫଳରେ ଦୂର ଯାତ୍ରା, ପର୍ଯ୍ୟଟନ ଏବଂ ଧାର୍ମିକ ତୀର୍ଥଯାତ୍ରା ସଂଖ୍ୟା ବୃଦ୍ଧି ପାଇବ ।

ଏହାସହ ନୂତନ କୁଚବିହାର-ବାମନହାଟ ଏବଂ ନୂତନ କୁଚବିହାର-ବକ୍ସିରହାଟ ରେଳ ସେକ୍ସନର ବିଦ୍ୟୁତୀକରଣର ମଧ୍ଯ ଶୁଭାରମ୍ଭ କରିଛନ୍ତି। ନ୍ୟୁ ଜଲପାଇଗୁଡ଼ି ଏବଂ ଆଲିପୁରଦୁଆରକୁ ନାଗରକୋଇଲ, ତିରୁଚିରାପାଲି, ବେଙ୍ଗାଲୁରୁ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରକୁ ସଂଯୋଗ କରୁଥିବା ଚାରୋଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାସହ ରାଧିକାପୁର ଏବଂ ବାଲୁରଘାଟରୁ ବେଙ୍ଗାଲୁରୁକୁ ଦୁଇଟି ଏଲଏଚବି କୋଚ୍ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

Leave A Reply

Your email address will not be published.