ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ମାର୍ଚ୍ଚ ୧୪କୁ ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

0

ଭୁବନେଶ୍ବର: ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ଯାଞ୍ଚ କରୁଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଏହି ମାମଲାରେ ଶୁଣାଣିକୁ ମାର୍ଚ୍ଚ ୧୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ସୂଚନା ମିଳିଛି।

ଫେବୃଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସ୍ପଟ୍ ପରିଦର୍ଶନ କରିବା ପରେ ଏହି ଶୁଣାଣି କରିବାକୁ ଟ୍ରିବ୍ୟୁନାଲ୍ ସ୍ଥିର କରିଛି। ପୂର୍ବରୁ ଏହି ଶୁଣାଣି ଶନିବାର ହେବାର ଥିଲା। ଅପରପକ୍ଷରେ ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳ ଏପ୍ରିଲ ୧୩ ତାରିଖରେ ଶେଷ ହେବାକୁ ଯାଉଥିବା ନେଇ ଜଣାପଡ଼ିଛି। ବିବାଦର ସମ୍ପୂର୍ଣ୍ଣ ସମାଧାନ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ଏବଂ ଛତିଶଗଡ଼ ଉଭୟ ଏହାର କାର୍ଯ୍ୟକାଳ ୨୭ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ରକୁ ଅନୁରୋଧ କରିସାରିଛନ୍ତି। ଟ୍ରିବ୍ୟୁନାଲରେ ଅଧ୍ୟକ୍ଷ ପଦବୀ ଖାଲି ଥିବାରୁ ଗତ ୯ମାସ ଧରି ଏହା କାର୍ଯ୍ୟକ୍ଷମ ହୋଇନାହିଁ।ଯାହାଫଳରେ କାର୍ଯ୍ୟରେ ବିଳମ୍ବ ହେଉଥିବା ଓଡ଼ିଶା ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି।

ତେବେ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ହେବାକୁ ଥିବା ଶୁଣାଣି ମହାନଦୀ ଜଳ ବଣ୍ଟନ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ସହ ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘକାଳୀନ ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.