ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ: ଶିଖର ଧାୱନଙ୍କୁ ୫.୨ କୋଟି ଟଙ୍କା ଫେରାଇବେ ପୂର୍ବତନ ପତ୍ନୀ

0

ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଓପନର ଶିଖର ଧୱନ ପୁନର୍ବାର ଚର୍ଚ୍ଚାରେ ଆସିଛନ୍ତି। ନିକଟରେ ସେ ଦ୍ୱିତୀୟ ବିବାହ କରିଥିବାବେଳେ, ଏହା ମଧ୍ୟରେ ତାଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା ଫ୍ୟାମିଲି କୋର୍ଟ ତାଙ୍କ ସପକ୍ଷରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

କୋର୍ଟର ରାୟ ଅନୁସାରେ, ତାଙ୍କ ପୂର୍ବ ପତ୍ନୀ ଆୟେଶା ମୁଖାର୍ଜୀ ଅଷ୍ଟ୍ରେଲିଆରେ ସମ୍ପତ୍ତି ବିକ୍ରୟରୁ ପାଇଥିବା ୫ କୋଟି ୭୨ ଲକ୍ଷ ଟଙ୍କା ଶିଖର ଧୱନଙ୍କୁ ଫେରାଇବେ। ସେହିପରି, ଅଷ୍ଟ୍ରେଲିଆ ଫ୍ୟାମିଲି କୋର୍ଟର ପ୍ରପର୍ଟି ସେଟଲମେଣ୍ଟ ସମ୍ବନ୍ଧୀୟ ନିର୍ଦ୍ଦେଶ ଭାରତୀୟ ଆଇନ ଅନୁସାରେ ଲାଗୁ ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ବିଚାରପତି କହିଛନ୍ତି ଯେ, ଅଷ୍ଟ୍ରେଲିଆର ପରିବାର ଆଇନ–୧୯୭୫ ଅନୁସାରେ ଦିଆଯାଇଥିବା ନିର୍ଦ୍ଦେଶ ଭାରତୀୟ ଆଇନ, ବିଶେଷକରି ହିନ୍ଦୁ ବିବାହ ଆଇନ ସହିତ ସମାନ ନୁହେଁ। ତେଣୁ ବୈଦେଶିକ କୋର୍ଟର ଏହି ରାୟକୁ ଭାରତରେ ଗ୍ରହଣ କରାଯିବ ନାହିଁ।
ସୂଚନାଯୋଗ୍ୟ, ଶିଖର ଧୱନ ୨୦୧୨ ମସିହାରେ ଆୟେଶା ମୁଖାର୍ଜୀଙ୍କୁ ବିବାହ କରିଥିଲେ। ୯ ବର୍ଷ ପରେ ୨୦୨୧ରେ ଉଭୟଙ୍କ ଅଲଗା ହେବା ଖବର ଆସିଥିଲା ଏବଂ ୨୦୨୩ରେ ବିଧିବଦ୍ଧ ଭାବେ ବିବାହ ବିଚ୍ଛେଦ ଘଟିଥିଲା।

ଏହାସହ, ୪୦ ବର୍ଷ ବୟସରେ ଶିଖର ଧୱନ ଦ୍ୱିତୀୟ ବିବାହ କରିଛନ୍ତି। ସେ ଆୟାରଲ୍ୟାଣ୍ଡର ସୋଫି ସାଇନଙ୍କୁ ଜୀବନ ସାଥୀ କରିଛନ୍ତି। ଗତ ୨୧ ତାରିଖରେ ଉଭୟ ଧୁମଧାମରେ ବିବାହ କରିଥିଲେ ଓ ଏଥିରେ ଭାରତୀୟ ଦଳର ଅନେକ ଖେଳାଳି ଯୋଗ ଦେଇଥିଲେ।

Leave A Reply

Your email address will not be published.