ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଳଦେବଜୀଉଙ୍କ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି। କେନ୍ଦ୍ରାପଡ଼ାର ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ। ଏନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଗତ କିଛିଦିନ ଧରି ରଥର ୧୪ଟି ଚକର ଅବସ୍ଥା ଠିକ୍‌ ନଥିବାରୁ ରଥ ଚାଳନାରେ ବିଭିନ୍ନ ପ୍ରକାରର ବିଘ୍ନ ସୃଷ୍ଟି ହେଉଥିଲା। ଫଳସ୍ୱରୂପ ରଥ ମାଉସୀ ମା’ଙ୍କ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ପାରୁ ନଥିଲା ଏବଂ ପାଖାପାଖି ଦୁଇଦିନ ବଳମ୍ବ ହେଉଥିଲା। ବାହୁଡ଼ା ଯାତ୍ରା ସମୟରେ ମଧ୍ୟ ସମାନ ସ୍ଥିତି ଦେଖା ଯାଉଥିଲା।

ଏହାକୁ ଦୃଷ୍ଟିରେ ରଖି ପ୍ରଭୁ ବଳଦେବ ଜୀଉଙ୍କ ନୂତନ ରଥ ନିର୍ମାଣରେ ଯେପରି କୌଣସି ଅସୁବିଧା ସୃଷ୍ଟି ନ ହୁଏ, ସେଥିପାଇଁ ରାଜ୍ୟ ସରକାର ଏକ କୋଟି ଟଙ୍କାର ଅନୁଦାନ ରାଶି ମଞ୍ଜୁର କରିଛନ୍ତି। ଏଥିନେଇ ବିଧି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

Leave A Reply

Your email address will not be published.