ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମର୍ଣ୍ଣିଂ ଓ୍ବାକ୍ ଯିବା ବେଳେ ଧକ୍କା ଦେଲା କାର୍: ୩ ମୃତ

0

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି। କୃପାଜଳ ଇଂଜିନିୟରିଂ କଲେଜ ସାମ୍ନା ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥରେ କାର୍ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଏଥସହ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି। ଭୋର ପ୍ରାୟ ୬ଟା ୩୦ ସମୟରେ ମହିଳା ଦୁଇ ଜଣ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ମୃତ ମହିଳା ହେଲେ ଉତ୍ତରା ଅଞ୍ଚଳର ବିବିଲତା ସାହୁ (୬୦) ଓ ଯାଜପୁର ଜିଲ୍ଲା ଅଧଳିଆ ଅଞ୍ଚଳର ଦୀପାଞ୍ଜଳି ରାଉତ (୩୮)। ତେବେ ମୃତ କାର୍ ଚାଳକଙ୍କ ନାମ ରୋନକ୍ ହୋଇଥିବା ବେଳେ ଆହତଙ୍କ ପରିଚୟ ଜଣାପଡିନାହିଁ। କାର୍ ଚଳକଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ଅନ୍ୟ ଆହତ ଯୁବକଙ୍କୁ ପଟିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଏକ କାର ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଯାଉଥିବାବେଳେ ରାସ୍ତା କଡରେ ମର୍ଣ୍ଣି ୱାକରେ ଯାଉଥିବା ୨ ଜଣ ମହିଳାଙ୍କ ଉପରେ ପଛରୁ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା। ପରେ କାରଟି ରାସ୍ତା କଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ଲାଗି ରାସ୍ତା କଡ଼ ନୟନଜୋରୀ ମଧ୍ୟକୁ ଖସି ପଡିଥିଲା। ଫଳରେ କାର ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ କାର ମଧ୍ୟରେ ଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି। ପିପିଲି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପାଣି ମଧ୍ୟରେ ବୁଡି ଯାଇଥିବା କାର ରୁ ଚାଳକଙ୍କ ମୃତଦେହ ଉଦ୍ଧାର କରିଥିଲା। ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.