ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୨୩ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା, ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ନାମ ପ୍ରକାଶ

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୩ଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି। ଏହା ସହିତ ପ୍ରତ୍ୟେକ ଜିଲ୍ଲା ପାଇଁ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ଏହି ପରିଷଦଗୁଡ଼ିକ ମାଧ୍ୟମରେ ଜିଲ୍ଲା ଉନ୍ନୟନ କାର୍ଯ୍ୟକ୍ରମକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।

ଘୋଷଣା ଅନୁସାରେ, ଅନୁଗୁଳ ଜିଲ୍ଲାରେ ବଶିଷ୍ଠ ନାୟକ ଅଧ୍ୟକ୍ଷ ଓ ସୁରୁମଣି ଛତର ଉପାଧ୍ୟକ୍ଷ ହୋଇଥିବା ବେଳେ, ବଲାଙ୍ଗୀର ରେ ବଲ୍ଲଭ ଧରୁଆ ଅଧ୍ୟକ୍ଷ ଓ ଜୟନ୍ତୀ ଭୋଇ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବାଲେଶ୍ୱରରେ ବିପିନ୍‌ ମାରାଣ୍ଡି ଓ ଝରଣା ସିଂ, ବରଗଡ଼ରେ ଗୋବର୍ଦ୍ଧନ ଭୋଏ ଓ ତିଳତ୍ତୋମା ଭୁଏ ଏହି ଦାୟିତ୍ୱ ନେଇଛନ୍ତି।

ସେହିପରି ବୌଦ୍ଧରେ ଡମରୁ ଧର କହଁର ଓ ଝରଣା ଜାନି, ଦେବଗଡରେ ପ୍ରଶାନ୍ତ ବେହେରା ଓ ପ୍ରମିଳା କିଶାନ, ଢେଙ୍କାନାଳ ରେ ନାଉରି ସିଂ ଓ ସେବତୀ ଭୋଇଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହିତ ଗଜପତି ରେ କାମଦେବ ବଡ଼ନାୟକ ଓ ପଙ୍କଜିନୀ ଦଳାଇ, ଗଞ୍ଜାମରେ ନୀଳମାଧବ ପାତ୍ର ଓ ଲଳିତା ପ୍ରଧାନ, ଯାଜପୁରରେ ରାଜେନ୍ଦ୍ର କାନ୍ଦୁଲିଆ ଓ ଶାନି ଜରିକା ନିଯୁକ୍ତ ହୋଇଛନ୍ତି।

ଝାରସୁଗୁଡା ରେ ସାମଲ ନାଏକ ଓ ସଂଯୁକ୍ତା ଓରାମ, କଳାହାଣ୍ଡିi ରେ ବିଜୟ ଦିଶାରୀ ଓ ରୀନା ଭୋଇ, କନ୍ଧମାଳ ରେ ମାନଗୋବିନ୍ଦ ପ୍ରଧାନ ଓ କଳ୍ପନା କହଁର ଦାୟିତ୍ୱ ନେଇଛନ୍ତି। କେନ୍ଦୁଝରରେ ମମିତା ନାଏକ ଓ ମାନସ ନାଏକ, କୋରାପୁଟରେ ଭଗବାନ ମୁଦୁଲି ଓ ସୁକାନ୍ତି ମାଝୀ, ମାଲକାନଗିରିରେ ଗଙ୍ଗାଧର ସୋଡ଼ି ଓ ସାବିତ୍ରୀ ପଡ଼ିଆମି ନିଯୁକ୍ତ ହୋଇଛନ୍ତି। ଏହାସହିତ ମୟୂରଭଞ୍ଜରେ ବୁଧାନ ମୁର୍ମୁ ଓ କୌଶଲ୍ୟା ନାଏକ, ନବରଙ୍ଗପୁରରେ ବାସନ୍ତୀ ମାଝି ଓ ଲିଙ୍ଗରାଜ ଭତ୍ରା, ନୟାଗଡ଼ରେ ତ୍ରିନାଥ ମଲ୍ଲିକ ଓ ସମିତା ଦେହୁରୀ ଦାୟିତ୍ୱ ପାଇଛନ୍ତି। ନୂଆପଡ଼ାରେ ହୋମେସିଂ ମାଝୀ ଓ ବେଲାମତି ମାଝୀ, ରାୟଗଡ଼ାରେ ବିଦ୍ୟାଧର ଶବର ଓ ମଞ୍ଜୁଳା ମିନିଆକା, ସମ୍ବଲପୁରରେ ଭଗିନ୍ଦ୍ର କିଶାନ ଓ ସୁଷମା ମୁଣ୍ଡା ନିଯୁକ୍ତ ହୋଇଛନ୍ତି।

ଶେଷରେ ସୁନ୍ଦରଗଡରେ ସନ୍ତୋଷ ଅମାତ ଓ ଗାଙ୍ଗି କିଣ୍ଡୋଙ୍କ ନାମ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମାଧ୍ୟମରେ ପଛୁଆ ଓ ଅବିକଶିତ ଅଞ୍ଚଳର ସମଗ୍ର ଉନ୍ନୟନ ଉଦ୍ଦେଶ୍ୟ ରହିଛି। ଏହି ପରିଷଦଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ସମସ୍ୟାର ଦ୍ରୁତ ସମାଧାନ ଓ ଉନ୍ନୟନ କାର୍ଯ୍ୟରେ ଗତି ଆସିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.