ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ନୂଆ ଦଳ ଗଠନ କଲେ ଡ଼. ନବଜୋତ କୌର ସିଦ୍ଧୁ

0

ନୂଆଦିଲ୍ଲୀ; ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ପରିସ୍ଥିତିରେ ନୂଆ ମୋଡ଼ ଆସିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡ଼. ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ବହିଷ୍କାର ପରେ ନିଜର ନୂତନ ରାଜନୈତିକ ଦଳ ଗଠନ ଘୋଷଣା କରିଛନ୍ତି।

ସୋମବାର ବିଳମ୍ବିତ ରାତିରେ ସେ ସୋସିଆଲ ମିଡିଆ ମାଧ୍ୟମରେ ଦଳର ନାମ ‘ଭାରତୀୟ ରାଷ୍ଟ୍ରବାଦୀ ପାର୍ଟି’ ଘୋଷଣା କରିଥିଲେ। ତାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ଚିନ୍ତା କରିବା ପରେ ଏହି ପଦକ୍ଷେପ ନିଆଯାଇଛି ଏବଂ ଜାତୀୟ ସ୍ତରରେ ଏକ ବିକଳ୍ପ ରାଜନୈତିକ ମଞ୍ଚ ତିଆରି କରିବା ଏହାର ଲକ୍ଷ୍ୟ।
ଡ଼. ସିଦ୍ଧୁ କହିଛନ୍ତି, ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଓ ନେତାମାନଙ୍କ କାର୍ଯ୍ୟଦକ୍ଷତାକୁ ସମୀକ୍ଷା କରିବା ପରେ ଏହି ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ସେ ଦେଶ ସେବା ପାଇଁ ନିଜ ଜୀବନ ଉତ୍ସର୍ଗ କରିବା ସହିତ ନ୍ୟାୟ ଓ ଶାନ୍ତି ସ୍ଥାପନରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ଏହି ଘୋଷଣା ପରେ ପଞ୍ଜାବର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବା ସହ ଆଗାମୀ ନିର୍ବାଚନ ପୂର୍ବରୁ ପ୍ରତିସ୍ପର୍ଧା ଆହୁରି ତୀବ୍ର ହେବା ନିଶ୍ଚିତ ବୋଲି ମନେ କରାଯାଉଛି।

Leave A Reply

Your email address will not be published.