ପ୍ରମୁଖ ଖବର

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ
ଆସାମ-କେରଳ-ପୁଡୁଚେରୀରେ ମତଦାନ ସମାପ୍ତ, ଇଭିଏମରେ ସିଲ୍ ହେଲା ନେତାଙ୍କ ଭାଗ୍ୟ
ପୁନଃ ନିର୍ବାଚିତ ହେଲେ ସ୍ନାତକ ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
ବାଲିଅନ୍ତାରେ ଅତ୍ୟାଧୁନିକ ଜିଆଇଏସ୍‌ ସବଷ୍ଟେସନ ଉଦଘାଟନ, ଆଉ ହେବନି ପାଓ୍ବାର୍‌ କଟ୍

ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ

0

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଏକ ନୂତନ ପଦକ୍ଷେପ ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଗୁରୁବାର ମିଶନ ଶକ୍ତି ଅଧୀନରେ ୫,୦୦୦ ସ୍ୱୟଂସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ କାର୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ମହିଳା ସୁରକ୍ଷା ଓ ଆତ୍ମବିଶ୍ୱାସ ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି କାର୍ୟକ୍ରମ ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନରେ ଆୟୋଜିତ ହୋଇଥିଲା। ଏଥିରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ବିଜୟା କିଶୋର ରାହାତକର ଉପସ୍ଥିତ ଥିଲେ। ଅବସରରେ ଉଦ୍ବୋଧନ ଦେଇ ପ୍ରଭାତି ପରିଡା କହିଥିଲେ ଯେ, ମହିଳା ସଶକ୍ତିକରଣ କେବଳ ଆର୍ଥିକ ସ୍ୱାଧୀନତାରେ ସୀମିତ ନୁହେଁ, ବରଂ ସୁରକ୍ଷା, ସମ୍ମାନ ଓ ଆତ୍ମବିଶ୍ୱାସକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଏହି ପଦକ୍ଷେପ ମହିଳାମାନଙ୍କୁ ନିର୍ଭୀକ ହେବା, ସ୍ୱୟଂନିର୍ଣ୍ଣୟ ନେବା ଓ ଆର୍ଥିକ କାର୍ୟକଳାପରେ ସକ୍ରିୟ ଭାଗ ନେବାରେ ସାହାଯ୍ୟ କରିବ।

ବିଜୟା କିଶୋର ରାହାତକର ମହିଳା ସୁରକ୍ଷା ଓ କ୍ଷମତାବୃଦ୍ଧି ପାଇଁ ପ୍ରତିଷ୍ଠାନମୂଳକ ସହଯୋଗର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, ଏପରି ପଦକ୍ଷେପ ମହିଳାମାନଙ୍କୁ ସ୍ୱାବଳମ୍ବୀ, ଆତ୍ମବିଶ୍ୱାସୀ ଓ ସମାଜ ଓ ଅର୍ଥନୀତିର ସକ୍ରିୟ ଅଂଶୀଦାର କରିଥାଏ।
ଏହି କାର୍ୟକ୍ରମକୁ ମିଶନ ଶକ୍ତି ବିଭାଗ ଓ ଜାତୀୟ ମହିଳା ଆୟୋଗ ମିଶିକରି କାର୍ୟାନ୍ବୟ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ, ପୁରୀ, କେନ୍ଦୁଝର ଓ ଗଞ୍ଜାମ ଜିଲ୍ଲାର ୫,୦୦୦ ମହିଳାଙ୍କୁ ସ୍ୱୟଂରକ୍ଷା ଓ ବ୍ୟକ୍ତିଗତ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦିଆଯିବ। ଏହି ପଦକ୍ଷେପ ମହିଳାମାନଙ୍କ ଗତିଶୀଳତା ବୃଦ୍ଧି, ବଜାରରେ ସୁରକ୍ଷିତ ଭାଗ ନେବା ଓ ରାଜ୍ୟରେ ମହିଳାନେତୃତ୍ୱାଧିନ ଉନ୍ନତିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ମିଶନ ଶକ୍ତି ଅଧୀନରେ ୫,୦୦୦ ମହିଳାଙ୍କ ପାଇଁ ସ୍ୱୟଂରକ୍ଷା ପ୍ରଶିକ୍ଷଣ ଆରମ୍ଭ

Leave A Reply

Your email address will not be published.