ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ୪୪ ସଂଗ୍ରାମୀଙ୍କୁ ମିଳିବ ପେନ୍‌ସନ

0

ଭୁବନେଶ୍ବର:ଓଡ଼ିଶାର ବରପୁତ୍ର ଓ ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ପ୍ରକ୍ରିୟାରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଭତ୍ତା ବୃଦ୍ଧି କରାଯାଇଛି ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ମିସା ଆଇନ୍‌ରେ ବନ୍ଦୀ ହୋଇଥିବା ସଂଗ୍ରାମୀ ମାନଙ୍କ ପାଇଁ ମଧ୍ୟ ପେନ୍‌ସନ ଘୋଷଣା କରାଯାଇଛି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୩ ଜଣ ମିସା ବନ୍ଦୀ (୧୯ ଜଣ ମିସା, ୪ ଜଣ ଡି.ଆଇ.ଏସ୍‌.ଆଇ.ଆର୍) ମାନଙ୍କୁ ପେନ୍‌ସନ ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ୨୧ ଜଣ ମିସା ବନ୍ଦୀଙ୍କ ପେନ୍‌ସନ ଅନୁମୋଦନ କରାଯାଇଥିଲା। ଏହା ଫଳରେ ସମୁଦାୟ ୪୪ ଜଣ ମିସା ବନ୍ଦୀ ପେନ୍‌ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଂଗ୍ରାମୀ ମାନେ ମାସକୁ ୨୦ ହଜାର ଟଙ୍କାର ପେନ୍‌ସନ ପାଇବା ସହିତ ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।

ସୂଚନାଯୋଗ୍ୟ ଯେ ୨୫ ଜୁନ୍‌ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶର ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ମିସା, ଡି.ଆଇ.ଏସ୍‌.ଆଇ.ଆର୍ ଆଦି ଆଇନ ବଳରେ ଗିରଫ ହୋଇ ବିଭିନ୍ନ ଜେଲ୍‌ରେ ବନ୍ଦୀ ହୋଇଥିଲେ। ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ପେନ୍‌ସନ ଓ ଚିକିତ୍ସା ସୁବିଧା ପାଇବେ ବୋଲି ନିଷ୍ପତ୍ତି କରାଯାଇଛି।

Leave A Reply

Your email address will not be published.