ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଓମିକ୍ରନ: ଦକ୍ଷିଣ ଆଫ୍ରିକାରେ ଲକଡାଉନ,ଭାରତରେ ବଢିଲା ଭୟ

0

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ସାରା ବିଶ୍ୱକୁ ଭୟଭୀତ କରିଛି। ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା ବେଳେ ,ଏବେ ଏହା ଅନେକ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହି ନୂଆ ଭ୍ୟାରିଆଣ୍ଟ ଯୋଗୁଁ ଅନେକ ଦେଶରେ ପୁଣି ଲକଡାଉନ ଭଳି ସ୍ଥିତି ଉପୁଜିଛି। ଭାରତରେ ମଧ୍ୟ ଦୁଇ ଜଣ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ପରେ ଦେଶରେ ଭୟର ବାତାବରଣ ଖେଳିଯାଇଛି। ଆସନ୍ତୁ ଜାଣିବା ଓମିକ୍ରନକୁ ନେଇ ୧୦ଟି ବଡ଼ ଅପଡେଟ…

() କର୍ଣ୍ଣାଟକରେ ଦୁଇ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କିଛି ଦିନ ତଳେ ସାଉଥ ଆଫ୍ରିକାରୁ ଆସିଥିବା ବେଳେ ଆଉ ଜଣଙ୍କର କିଛି ଟ୍ରାଭେଲ ହିଷ୍ଟ୍ରି ନାହିଁ। ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି। ଦୁଇ ଜଣଙ୍କର ବୟସ ହେଉଛି ୬୬ ବର୍ଷ ଓ ୪୬ ବର୍ଷ । ତେବେ ଦୁଇ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ ଜଣ ମଧ୍ୟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି।

() ଭାରତ ସରକାର ନୂଆ ଭ୍ୟାରିଆଣ୍ଟକୁ ନେଇ ଟ୍ରାଭେଲ ଆଡଭାଇଜର ଜାରି କରିଛନ୍ତି। ନୂଆ ଗାଇଡଲାଇନ ଅନୁଯାୟୀ,ଯେଉଁ ଯାତ୍ରୀ ଆଟ୍ ରିସ୍କ ଦେଶରୁ ଆସିବେ ତାଙ୍କର ବିମାନବନ୍ଦରରେ କୋଭିଡ ପରୀକ୍ଷା କରାଯିବ। ଯଦି ପଜିଟିଭ ଆସିବେ ତାଙ୍କୁ ସଂଗରୋଧରେ ରଖାଯିବ ଏବଂ ତାଙ୍କ ନମୂନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯିବ।

() କେନ୍ଦ୍ର ମଧ୍ୟ କିଛି ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ଗୁଡିକ ମଧ୍ୟ କଠୋର ହୋଇଛନ୍ତି। ସିକ୍କିମ ହେଉଛି ପ୍ରଥମ ଦେଶ ଯିଏ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି। ସିକ୍କିମକୁ ଡିସେମ୍ବର ୧୫ ଯାଏ କେହି ବିଦେଶୀରୁ ଆସିଥିବା ଯାତ୍ରୀ ଯାଇପାରିବେ ନାହିଁ।

()ମହାରାଷ୍ଟ୍ରରେ ମଧ୍ୟ ଆଟ ରିସ୍କ ଦେଶରୁ ଆସିଥିବା ଯାତ୍ରୀଙ୍କୁ ସାତ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ଏହା ସହ ବିମାନ ବନ୍ଦରରେ କୋଭିଡ ପରୀକ୍ଷା ବାଧ୍ୟତାମୂଳକ।। ଯଦି କିଏ ପଜିଟିଭ ଆସିବେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ।

()ୟୁପିରେ ମଧ୍ୟ ସମସ୍ତ ରେଳଷ୍ଟେସନରେ କରୋନା ପରୀକ୍ଷା ପାଇଁ ସୁବିଧା କରାଯାଇଛି। ଥର୍ମାଲ ସ୍କ୍ରିନିଂ ଉପରେ ମଧ୍ୟ ଜୋର ଦିଆଯାଉଛି । ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ବିମାନବନ୍ଦରରେ ଆସୁଥିବା ସମସ୍ତ ବିଦେଶୀ ଯାତ୍ରୀଙ୍କ ଉପରେ କଡା ନଜର ରଖିନ୍ତୁ।

() ଓମିକ୍ରନକୁ ନେଇ ଅଧିକ ତଥ୍ୟ ମିଳିପାରିନାହିଁ। କିନ୍ତୁ ଡାକ୍ତରମାନେ ସାବଧାନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଓମିକ୍ରନ ଭ୍ୟାରିଆଣ୍ଟରେ ସଂକ୍ରମିତ ଜଣେ ବ୍ୟକ୍ତି ୧୮ରୁ ୨୦ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି ମେଦାନ୍ତ ହସ୍ପିଟାଲ ସଂସ୍ଥାପକ ଡାକ୍ତର ନରେଶ ତ୍ରେହାନ କହିଛନ୍ତି।

() ଓମିକ୍ରନ ଭ୍ୟାରିଆଣ୍ଟ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ନଭେମ୍ବର ୨୪ରେ ଚିହ୍ନଟ ହୋଇଥିଲା। ସେତିକିବେଳେ ହିଁ ତାଙ୍କ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଥିଲେ ଯେ, ଦକ୍ଷିଣ ଆଫ୍ରିକାରେ କରୋନାର ଏକ ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ୩୦ ଥର ମ୍ୟୁଟେସନ ହୋଇଛି। ଏଥିପାଇଁ ଏହି ଭ୍ୟାରିଆଣ୍ଟ ଅନ୍ୟ ଭ୍ୟାରିଆଣ୍ଟ ଅପେକ୍ଷା ଦ୍ରୁତ ଗତିରେ ବ୍ୟାପିପାରେ।

() ଦକ୍ଷିଣ ଆଫ୍ରିକାରେ ଏମିତି ସ୍ଥିତି ଉପୁଜିଛି ଯେ, ସେଠାରେ ଡିସେମ୍ବର ୧ରୁ ପ୍ରଥମ ପର୍ଯ୍ୟାୟ ଲକଡାଉନ ଲାଗୁ କରାଯାଇଛି। କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଗତ ୨୪ଘଣ୍ଟାରେ ୧୧ ହଜାରରୁ ଅଧିକ ମାମଲା ମଧ୍ୟ ସାମନାକୁ ଆସିଛି।

() ଏହାକୁ ନେଇ ଅନେକ ଦେଶ ଦକ୍ଷିଣ ଆଫ୍ରିକାକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଆମେରିକା,କାନାଡା, ବ୍ରାଜିଲ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ସିଙ୍ଗାପୁର ଭଳି ଅନେକ ଦେଶ କଟକଣା ଲଗାଇଛନ୍ତି।

() ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓମିକ୍ରନକୁ ଭ୍ୟାରିଆଣ୍ଟ ଅଫ କନସର୍ନ ଘୋଷଣା କରିଛି। ଏବେ ଯାଏ କରୋନାର ଏହି ପ୍ରଜାତିକୁ ନେଇ ଅଧିକ ତଥ୍ୟ ମିଳିପାରିନି। କିନ୍ତୁ ଏହା ଆଶଙ୍କା କରାଯାଉଛି ଯେ ,ଭ୍ୟାରିଆଣ୍ଟ ଉପରେ ଟିକାର ପ୍ରଭାବ କାମ କରିପାରେ।

Leave A Reply

Your email address will not be published.