ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

କୋଭିଡ ଭଳି ଆହ୍ୱାନର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍‌

0

ଭୁବନେଶ୍ୱର , ୦୩/ ୦୩ : କୋଭିଡ ଭଳି ସମସ୍ୟାକୁ ମାନବ ସମାଜ ବାରମ୍ବାର ସାମ୍ନା କରିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଏହାକୁ ସାମ୍ନା କରିବା ସହ ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି ଗବେଷକ କହିଛନ୍ତି ।

କୋଭିଡ୍ ୧୯ ଭଳି ସ୍ୱାସ୍ଥ୍ୟ ସମସ୍ୟା ଆଗକୁ ମଧ୍ୟ ଆସିପାରେ । କିନ୍ତୁ ଏଭଳି ଆହ୍ୱାନର ମୁକାବିଲା କରିବା ନିମନ୍ତେ ବୈଜ୍ଞାନିକମାନେ ପ୍ରସ୍ତୁତ ରହିବା ଉଚିତ୍ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର (ଡକ୍ଟର) ଇ. ଭେଙ୍କଟ ରାଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ଦିବସୀୟ କର୍ମଶାଳାର ଉଦ୍‌୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ରାଓ ।

ପ୍ରଫେସର ରାଓ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ କୋଭିଡ୍ ଭାକ୍ସିନ୍ “କୋଭାକ୍ସିନ୍‌” ଏବଂ ନାଜାଲ୍ କୋଭିଡ୍ ଭାକ୍ସିନ୍‌ର ମାନବୀୟ ପରୀକ୍ଷଣରେ ପ୍ରମୁଖ ନିରୀକ୍ଷକ ଭାବେ କାର୍ଯ୍ୟ କରିଥିଲେ । ଏହି କର୍ମଶାଳାଟି ସୋଆ -ଡିବିଟି-ବିଲ୍ଡର ଜାତୀୟ ଗବେଷଣାଗାର ଆନୁକୂଲ୍ୟରେ ଆୟୋଜିତ କରାଯାଇଥିଲା । ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି ସହାୟତାରେ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ଏହି ଡିବିଟି-ବିଲ୍ଡର ଗବେଷଣାଗାର ସ୍ଥାପନ କରାଯାଉଛି । ଏସ୍‌ପିଏସ୍‌ରେ ମଧ୍ୟ ଏହି ଗବେଷଣାଗାର ସ୍ଥାପିତ ହୋଇଛି ।

ଯୁବ ଗବେଷକମାନଙ୍କ ନିମନ୍ତେ ଏହି ସ୍କିମ୍ ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଛି ବୋଲି ଉଲ୍ଲେଖ କରି ପ୍ରଫେସର ରାଓ କହିଥିଲେ ଯେ, ପ୍ରତ୍ୟେକ ମଣିଷ ଜନ୍ମରୁ ହିଁ ଗବେଷକ ହୋଇଥାଏ । ତେବେ ପ୍ରଶ୍ନ କରିବାର କ୍ଷମତା ମଣିଷ ଭିତରେ କ୍ରମେ ଲୁପ୍ତ ହୋଇଯାଏ । ତେଣୁ ଡିବିଟି-ବିଲ୍ଡର ଭଳି ପଦକ୍ଷେପ ଯୁବ ଗବେଷକଙ୍କୁ ଖୋଜି ବାହାର କରିବାରେ ସହାୟକ ହେବ ।

ଗବେଷଣା ଅନୁଷ୍ଠାନଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଫେସର ରାଓ କହିଥିଲେ ଯେ ଏକୁଟିଆ କାର୍ଯ୍ୟ କଲେ କୌଣସି ଲାଭ ହୁଏ ନାହିଁ କିମ୍ବା ସମସ୍ୟାର ସମାଧାନ ହୁଏ ନାହିଁ । ଏସ୍‌ପିଏସ୍ ଡିନ୍ ପ୍ରଫେସର ଏସି.ସି ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ “ଫ୍ଲୋ ସାଇଟୋମିଟର: ୱାର୍କିଂ ପ୍ରିନ୍ସିପଲ୍ ଆଣ୍ଡ ଆପ୍ଲିକେସନ୍‌ସ” ଶୀର୍ଷକ ଆଲୋଚନା କରାଯାଇଥିବା ବେଳେ ପରେ ଏହାର କାର୍ଯ୍ୟକାରିତା ଉପରେ ତାଲିମ ଦିଆଯାଇଥିଲା ।
ଏହି କର୍ମଶାଳାର ସଂଯୋଜ ପ୍ରଫେସର ଗୌତମ ରଥ ଓ ମୋଡେରେଟର ପ୍ରଫେସର ବି.ବି. ସୁବୁଦ୍ଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.