ପ୍ରମୁଖ ଖବର

ଆରଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀ ସଞ୍ଜୟକୁ ଆଜୀବନ କାରାଦଣ୍ଡ
ପିଲାମାନଙ୍କର ବୟସ ୬ବର୍ଷ ହୋଇନଥିଲେ ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ
ଆଜିଠୁ କୋଣାର୍କରେ ଦୁଇ ଦିନିଆ ଖଣି ମନ୍ତ୍ରୀ ସମ୍ମିଳନୀ
ସାତପଡ଼ାରେ ଆରମ୍ଭ ହେଲା ଡଲଫିନ୍‌ ଗଣନା
ରାଜ୍ୟରେ ନିଯୁକ୍ତ ହେବେ ୨ ହଜାର ଟ୍ରାଫିକ୍‌ ପୋଲିସ
ଯୁବତୀ ଚାଲାଣ କରୁଥିଲେ ହଂସିତା, ଅନିଲ

୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

0

ଭୁବନେଶ୍ବର: ବାକି ଥିବା ୩ ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ତେବେ ୩ ଆସନରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ । କୋରେଇ, ନୀଳଗିରି, ଖଣ୍ଡପଡା ପାଇଁ ବିଜେଡି ୩ ନୂଆ ମୁହଁକୁ ମୈଦାନକୁ ଓହ୍ଲାଇଥିବା ବେଳେ ଦେବଗଡ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି ।

ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି। ରୋମାଞ୍ଚ ରଂଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ରୋମାଞ୍ଚ ୨୦୧୯ରେ ମଧ୍ୟ ଏହି ଆସନରୁ ବିଜେଡି ଟିକେଟରେ ଲଢ଼ିଥିଲେ। 

Leave A Reply

Your email address will not be published.