ପ୍ରମୁଖ ଖବର

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍‌ ନିକଟରେ ତାଳଚେର-ପୁରୀ ଟ୍ରେନ୍‌ର ଇଞ୍ଜିନ୍‌ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC

୫ ତାରିଖ ବେଳକୁ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

0

ଭୁବନେଶ୍ବର: ଆସନ୍ତା ୫ ତାରିଖ ବେଳକୁ ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ପ୍ରଭାବରେ ମୌସୁମୀ ବାୟୁ ସକ୍ରିୟ ରହିବା ସହ ୬ ତାରିଖ ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶା ରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ତଥା ଅଧ୍ୟାପକ ସାର୍ଥକ ମିଶ୍ର।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାର ସ୍ଥାନେ ସ୍ଥାନେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

Leave A Reply

Your email address will not be published.