ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା

0

ପାରାଦୀପ: ଓଡ଼ିଶା ପାଇଁ ଆସିଛି ବଡ଼ ଖୁସି ଖବର। ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାର ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଏହି ମାନ୍ୟତା ଦିଆଯାଇଥିବା ବେଳେ ଏଥିରେ ପାରାଦୀପ ସାମିଲ ହୋଇଛି। ପାରାଦୀପ ବ୍ୟତୀତ ଗୁଜରାଟର କାଣ୍ଡଲା ଓ ମୁନ୍ଦ୍ରା ଏବଂ ମହାରାଷ୍ଟ୍ରର ଜବାହରଲାଲ ନେହେରୁ ବନ୍ଦରକୁ ମଧ୍ୟ ମେଗା ବନ୍ଦର ଭାବେ ଘୋଷଣା କରାଯାଇଛି। ଭାରତୀୟ ବନ୍ଦର ଆଇନ, ୨୦୨୫ର ଧାରା ୭୩(୧)ରେ ଥିବା ବ୍ୟବସ୍ଥା ଅନୁସାରେ ନିର୍ଦ୍ଧାରିତ ମାନଦଣ୍ଡର ମୂଲ୍ୟାଙ୍କନ ପରେ ଏହି ମାନ୍ୟତା ଦିଆଯାଇଛି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜପତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି। ପାରାଦୀପକୁ ମେଗା ବନ୍ଦର ମାନ୍ୟତା ମିଳିବା ଦ୍ୱାରା ଓଡ଼ିଶାର ସାମୁଦ୍ରିକ କ୍ଷେତ୍ରର ବିକାଶ ଓ ବନ୍ଦରଭିତ୍ତିକ ଆର୍ଥିକ କାର୍ଯ୍ୟକଳାପକୁ ଅଧିକ ଗତି ମିଳିବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.