ପ୍ୟାରିସ: ଭାରତକୁ ପୁଣି ଆଉ ଏକ ସ୍ୱର୍ଣ୍ଣ ପଦକ। ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ଜାଭେଲିନ ଥ୍ରୋୟର ସୁମିନ ଅନ୍ତିଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପାରା ଅଲିମ୍ପିକ ରେକର୍ଡ ସହ ଏହି ସଫଳତା ହାସଲ କରିଛନ୍ତି। ସେ ୭୦.୫୯ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ସ୍ଥାନରେ ରହିଥିଲେ। ଏହା ପୂର୍ବରୁ ନୀତେଶ କୁମାର ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତ ବ୍ୟାଡମିଂଟନରେ ଏ ପର୍ଯ୍ୟନ୍ତ ୫ଟି ପଦକ ଜିତିଛି।
ଡିସକସ ଥ୍ରୋରେ ଯୋଗେଶ କଥୂନିଆ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରତର ପଦକ ସଂଖ୍ୟା ଏବେ ୧୫ରେ ପଂହଚିଛି। ଏଥିରେ ୩ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୭ ବ୍ରୋଞ୍ଜ ପଦକ ସାମିଲ। ମଙ୍ଗଳବାର ମଧ୍ୟ ଭାରତ ନିକଟରେ କେତେକ ପଦକ ଜିତିବା ସୁଯୋଗ ରହିଛି।
ପ୍ରମୁଖ ଖବର
ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥଗ୍ରହଣ କଲେ ଜଷ୍ଟିସ୍ ମାନସ ରଞ୍ଜନ ପାଠକ
ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍
ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି
ଗିରଫ ହେଲେ କୋଟିପତି ଡିଏଫଓ ନିତ୍ୟାନନ୍ଦ ନାୟକ