ପ୍ରମୁଖ ଖବର

ସେପ୍ଟେମ୍ବର ୨୧ରେ ଶପଥ ଗ୍ରହଣ କରିବେ ଅତିଶୀ, ସ୍ପଷ୍ଟ କଲା ଆପ୍‌
ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ
ରାଜ୍ୟର ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ, ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ସମ୍ବଲପୁରୀ ଗାୟିକା ରୁକ୍‌ସନା ବାନୋଙ୍କ ସନ୍ଦେହଜନକ ମୃତ୍ୟୁ

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୭ ଜଣଙ୍କୁ ଧରିଲା କମିଶନରେଟ୍‌ ପୋଲିସ

0

ଭୁବନେଶ୍ବର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା। ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ। ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ।

ଅନ୍ୟପଟେ ଉକ୍ତ ଘଟଣାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ସେନା ଅଧିକାରୀ। ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି। ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି। ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି। ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ମେଜର ଏବଂ ତାଙ୍କ ବାନ୍ଧବୀ ଫେରୁଥିବା ବେଳେ କିଛି ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ସେମାନେ ଏତଲା ନ ରଖି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ।

Leave A Reply

Your email address will not be published.