ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ବାଲେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ ଘରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ସରକାରୀ ଅଫିସ ସହ ବାସଭବନରେ ରେଡ କରିଛି ଭିଜିଲାନ୍ସ।

ଏହି ଚଢ଼ାଉରେ ୧୧ ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ଏବଂ ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସାମିଲ ହୋଇଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର ବାଲେଶ୍ୱର, କେନ୍ଦୁଝର ଏବଂ ଫୁଲବାଣୀ ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ମୁଖ୍ୟଯନ୍ତ୍ରୀଙ୍କର ବ୍ରହ୍ମପୁରର ଭାବିନିପୁରରେ ପ୍ଲଟ୍‌ ନମ୍ବର ୪୫୯୨ ଉପରେ ଦୁଇ ମହଲା କୋଠା ଭୁବନେଶ୍ୱରର ପାତ୍ରପଡ଼ାଠାରେ ପ୍ଲଟ୍‌ ନମ୍ବର ୨୮୪ ଉପରେ ଏକ ମହଲା ବିଶିଷ୍ଟ କୋଠା। ସ୍ପେକ୍ଟ୍ରମ ଗ୍ରୀନ ଆପାର୍ଟମେଣ୍ଟ ଫ୍ଲାଟ୍‌ ନମ୍ବର ୨୦୫। ପ୍ରଥମ ମହଲା, ବୈଦନାଥପୁର କାମାପଲ୍ଲୀ, ବ୍ରହ୍ମପୁରରେ ଅବସ୍ଥିତ ୩ ବିଏଚ୍‌କେ ଫ୍ଲାଟ୍‌। ଫୁଲବାଣୀର ଓଲେନବାଚ୍‌ ନଗରରେ ଅବସ୍ଥିତ ଯନ୍ତ୍ରୀଙ୍କ ପୈତୃକ ଘର। ବାଲେଶ୍ୱର ଆର୍‌ଡବ୍ଲ୍ୟୁ ସର୍କଲରେ ଅବସ୍ଥିତ ହରିହରଙ୍କ ଅଫିସ ଚାମ୍ବର ଏବଂ ସରକାରୀ କ୍ୱାର୍ଟର। କେନ୍ଦୁଝରସ୍ଥିତ ତାଙ୍କ ଅଫିସ ଚାମ୍ବର ରହିଛି ।

କେନ୍ଦୁଝର ଆର୍‌ଡବ୍ଲ୍ୟୁ କ୍ୟାମ୍ପସରେ ଅବସ୍ଥିତ ଆବାସ। ବ୍ରହ୍ମପୁରର ତୁଳସୀନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। ବ୍ରହ୍ମପୁରର ଶାନ୍ତିନଗରରେ ଅବସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘର। କେନ୍ଦୁଝରର ବଳଦେବଜୀଉ କଲୋନୀରେ ତାଙ୍କ ସହଯୋଗୀଙ୍କ ଘରେ ଏହି ରେଡ୍‌ ଚାଲିଛି। ରେଡ୍‌ ଚାଲିଥିବାରୁ ମୋଟ୍‌ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ। ପରେ ସବିଶେଷ ତଥ୍ୟ ମିଳିବ ବୋଲି ଜନୈକ ଭିଜିଲାନ୍ସ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.