ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଖୁସି ଆଣିଲେ ରାଜ୍ୟ ସରକାର

0

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ଖୁସି ଖବର

୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସହିତ ଶାରିରୀକ ପରୀକ୍ଷାରୁ ଅବ୍ୟାହତି ମିଳିବ

ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ

ଭୁବନେଶ୍ବର: ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ଲାଗି ନିୟମାବଳି ଜାରି କରିଛନ୍ତି ରାଜ୍ୟ ସରକାର। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସମ୍ପର୍କିତ ଏହି ବିଜ୍ଞପ୍ତରେ ଉଲ୍ଲେଖ ଅଛି। ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅଗ୍ନିବୀରଙ୍କ ପାଇଁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ରହିବ। ସେହିପରି ଗ ଓ ଘ ବର୍ଗ ପଦବୀରେ ର୍ନିଦ୍ଧାରିତ ବୟସସୀମା ୩ ବର୍ଷ କୋହଳ କରାଯାଇଛି। ଅନ୍ୟପକ୍ଷରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ଶାରିରୀକ ପରୀକ୍ଷାରୁ ଅବ୍ୟାହତି ମିଳିବ।

ଏ ନେଇ ପୂର୍ବରୁ କ୍ୟାବିନେଟ ଅନୁମୋଦନ ଲାଭ କରିଛି। ଅଗ୍ନିବୀରଙ୍କ ପାଇଁ ରାଜ୍ୟରେ ରହିବ ୧୦% ସଂରକ୍ଷଣ ବ୍ୟବସ୍ଥା। ଏଥିପାଇଁ ଓ ଅବସରପ୍ରାପ୍ତ ଅଗ୍ନିବୀର(ୟୁନିଫର୍ମ ସେବାରେ ନିଯୁକ୍ତି) ନିୟମାବଳୀ-୨୦୨୪ ପ୍ରଣୟନ କରାଯିବ। ରାଜ୍ୟରେ ଯୁନିଫର୍ମ ସେବାରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ବାରା ହେଉଥିବା ସମସ୍ତ ‘ ଗ’ ଓ ‘ଘ’ ପଦବୀରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କ ପାଇଁ ଲାଗୁ ହେଉଥିବା ସଂରକ୍ଷଣ ସହିତ ଅତିରିକ୍ତ ଦଶ ପ୍ରତିଶତ ୧୦% ସଂରକ୍ଷଣ ରହିବ। ସେମାନଙ୍କ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ୩ ବର୍ଷ କୋହଳ କରାଯିବ। ଅବସରସପ୍ରାପ୍ତ ଅଗ୍ନିବୀରଙ୍କୁ ଶାରୀରିକ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

Leave A Reply

Your email address will not be published.