ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

0

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ ଆଚାର୍ଯ୍ୟ।

ସୂତ୍ରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ପୋଲିସ ଶୁକ୍ରବାର ଦିନ ଦୁଇ ଭାଇ ବରଦା ପ୍ରସନ୍ନ ଏବଂ ଆନନ୍ଦ ପ୍ରସନ୍ନଙ୍କୁ ଗିରଫ କରିଥିବାବେଳେ ଜଗତସିଂହପୁର ସଦର ପୋଲିସ ଶନିବାର ଦିନ ବଡ଼ଭାଇ ସାରଦା ପ୍ରସନ୍ନଙ୍କୁ ଚଣ୍ଢେଇ ଗ୍ରାମରୁ ଗିରଫ କରିଛି। ଅଭିଯୁକ୍ତର ଘରୁ ୫୦ରୁ ଅଧିକ ବିଭିନ୍ନ ଧାତୁର ମୂର୍ତ୍ତି, ପିତ୍ତଳ ନାଗ ସହ ଘଣ୍ଟ ଘଣ୍ଟା ଓ ମନ୍ଦିରର ଅନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ତାର ଘର ଭିତରେ ମାଟି ତଳେ ମୂର୍ତ୍ତି ଗୁଡିକୁ ପୋତି ରଖିଥିବା ବେଳେ ଗ୍ରାମବାସୀ ଓ ଜଗତସିଂହପୁର ପୋଲିସ ସହାୟତାରେ ଏହାକୁ ଖୋଳା ଯାଇ ଉଦ୍ଧାର କରାଯାଇଛି।

ଜଗତସିଂହପୁରରୁ ଏହି ତିନି ଭାଇ କଟକ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ଜିଲ୍ଲା ଭଳି ଏକାଧିକ ଜିଲ୍ଲାର ମନ୍ଦିରରୁ ଚୋରି କରୁଥିଲେ। ବରଦା-ଅନ୍ନଦା-ସାରଦା ଏହି ତିନି ଭାଇଙ୍କୁ ଗିରଫ କରି ଏମାନଙ୍କ ଲିଙ୍କ୍ ଖୋଜୁଛି ପୋଲିସ୍। ଏମାନଙ୍କ ପାଖରୁ ଏକାଧିକ ବହୁମୂଲ୍ୟ ମୂର୍ତ୍ତି ରାମ କୃଷ୍ଣ, ହନୁମାନ, ବିଶାଳକାୟ ନାଗ, ତ୍ରିଶୁଳ, ଘଣ୍ଟ, ମୁକୁଟ ଏବଂ ଠାକୁରଙ୍କ ବିମାନ ଜବତ ହୋଇଛି ।

Leave A Reply

Your email address will not be published.