ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ
ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ
ସ୍ତନ କର୍କଟ ନିମନ୍ତେ ସମ୍ମମରେ ବ୍ରାକିଥେରାପି ଚିକିତ୍ସା ଉପଲବ୍ଧ
ରାଜକୀୟ ସମ୍ମାନସହ ଦିଆଗଲା ରତନ ଟାଟାଙ୍କୁ ଅନ୍ତିମ ବିଦାୟ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ
ଚଳିତ ବର୍ଷ ଦକ୍ଷିଣ କୋରିଆର ସୁନାମଧନ୍ୟ ଲେଖିକା ହାନ କାଙ୍ଗଙ୍କୁ ମିଳିବ ସାହିତ୍ୟରେ ନୋବେଲ
ରତନ ଟାଟାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ପ୍ରସ୍ତାବ ପାରିତ
ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ
ଟେନିସରୁ ଅବସର ଘୋଷଣା କଲେ ରାଫେଲ ନାଡାଲ

ଓମାର ଅବଦୁଲ୍ଲା ହେବେ ଜାମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

0

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର। ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି। ସେମାନେ ୪୮ ଟି ସିଟରେ ଆଗୁଆ ରହିଛି ମେଣ୍ଟ। ନ୍ୟାସନାଲ କନଫରେନ୍ସ ୪୨ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି । ବିଜୟ ପକ୍କା ଜଣାପଡ଼ିବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା।

ତେବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି। ଏଠାରେ ଘୃଣାର ବାତାବରଣ ଦୂର କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ ବୋଲି ଫାରୁକ କହିଛନ୍ତି। ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ଫାରୁକ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ନିର୍ବାଚନରେ ପିଡିପି ଶୌଚନୀୟ ପ୍ରଦର୍ଶନ କରିଛି। ଏହାର ମୁଖ୍ୟ ମେହେବୁବା ମୁଫତି କହିଛନ୍ତି ଯେ ଦଳ ଶୌଚନୀୟ ପ୍ରଦର୍ଶନ କରିଥିବା ସତ୍ୱେ ନିଜ ଏଜେଣ୍ଡାରେ କାଏମ ରହିଛି। ଉପତ୍ୟାକାରେ ପିଡିପି ଏକ ମାତ୍ର ଦଳ ଯାହାର ସ୍ୱାତନ୍ତ୍ର୍ୟ ରହିଛି।

Leave A Reply

Your email address will not be published.