ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ଓମାର ଅବଦୁଲ୍ଲା ହେବେ ଜାମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

0

ଜାମ୍ମୁ-କଶ୍ମୀର: ଜାମ୍ମୁ-କଶ୍ମୀରରେ ହେବ ମେଣ୍ଟ ସରକାର। ଏନସି ନେତା ଓମାର ଅବଦୁଲ୍ଲା ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏନେଇ ଏନସି ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ଘୋଷଣା କରିଛନ୍ତି। ସେମାନେ ୪୮ ଟି ସିଟରେ ଆଗୁଆ ରହିଛି ମେଣ୍ଟ। ନ୍ୟାସନାଲ କନଫରେନ୍ସ ୪୨ଟି ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛି । ବିଜୟ ପକ୍କା ଜଣାପଡ଼ିବା ପରେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓମାରଙ୍କ ବାପା ଫାରୁକ ଅବଦୁଲ୍ଲା।

ତେବେ ନିର୍ବାଚନ ଫଳାଫଳ ସ୍ପଷ୍ଟ ହେବା ପରେ ଶ୍ରୀନଗରରେ ଏନସିର ମୁଖ୍ୟ ଫାରୁକ୍‌‌ ଅବଦୁଲ୍ଲା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୧୦ବର୍ଷ ପରେ ଲୋକଙ୍କ ମତ ସ୍ପଷ୍ଟ ହୋଇଛି। ଏଠାରେ ଘୃଣାର ବାତାବରଣ ଦୂର କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଭାଇଚାରା ପ୍ରତିଷ୍ଠା କରିବା ଲାଗି ମେଣ୍ଟ ସରକାର ଉଦ୍ୟମ କରିବେ ବୋଲି ଫାରୁକ କହିଛନ୍ତି। ଜାମ୍ମୁ-କଶ୍ମୀର ଲୋକଙ୍କ ମତ ଆମ ପ୍ରତି ପୂର୍ବରୁ ଥିଲା ଏବଂ ଏବେ ଏହା ଅଧିକ ସ୍ପଷ୍ଟ ହୋଇଛି ବୋଲି ଫାରୁକ ମତ ଦେଇଛନ୍ତି।

ଅନ୍ୟପକ୍ଷରେ ଜାମ୍ମୁ-କଶ୍ମୀର ନିର୍ବାଚନରେ ପିଡିପି ଶୌଚନୀୟ ପ୍ରଦର୍ଶନ କରିଛି। ଏହାର ମୁଖ୍ୟ ମେହେବୁବା ମୁଫତି କହିଛନ୍ତି ଯେ ଦଳ ଶୌଚନୀୟ ପ୍ରଦର୍ଶନ କରିଥିବା ସତ୍ୱେ ନିଜ ଏଜେଣ୍ଡାରେ କାଏମ ରହିଛି। ଉପତ୍ୟାକାରେ ପିଡିପି ଏକ ମାତ୍ର ଦଳ ଯାହାର ସ୍ୱାତନ୍ତ୍ର୍ୟ ରହିଛି।

Leave A Reply

Your email address will not be published.