ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର

0

ନୂଆଦିଲ୍ଲୀ: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରୁଛନ୍ତି। ବିଭିନ୍ନ ବର୍ଗରେ ମନୋନୀତ ଫିଲ୍ମ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରୁଛନ୍ତି ରାଷ୍ଟ୍ରପତି।

ସୂଚନାଥାଉ କି, ଦମନ ଫିଲ୍ମ ପାଇଁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଦମନର ପ୍ରଯୋଜକ ଓ ୨ ନିର୍ଦ୍ଦେଶକ। ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଛି ପୁରସ୍କାର। ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି। ନବାଗତ ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଏବଂ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୌର୍ଯ୍ୟଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର’ ଭାବେ ପୁରସ୍କୃତ ହେବାକୁ ଘୋଷଣା ହୋଇଛି। ଉକ୍ତ ଚିତ୍ରଟିକୁ ପୂର୍ବରୁ ରାଜ୍ୟ ସରକାର ଟିକସମୁକ୍ତ କରିଥିଲେ। ଏହାର ମୁଖ୍ୟ ଚରିତ୍ରରେ ବାବୁସାନ ମହାନ୍ତି ଓ ଦ୍ୱୀପାନ୍ବିତ ଦାଶମହାପାତ୍ର ଅଭିନୟ କରିଛନ୍ତି।

ସିନେମା ‘ଦମନ’ର କଥାବସ୍ତୁ ହେଲା-ମ୍ୟାଲେରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦୁର୍ଗମ ଅଞ୍ଚଳରେ ‘ଦମନ’ ନାମରେ ଏକ ଯୋଜନା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିଲା। ଏହି ଯୋଜନାରେ ସ୍ବତନ୍ତ୍ର ଭାବେ ମ୍ୟାଲେରିଆ କ୍ୟାମ୍ପ କରାଯାଇ ଏହାର ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓଡ଼ିଶାରେ ସଚେତନତାର ବାର୍ତ୍ତା ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସାଧାରଣ ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚତ୍ବା ଦରକାର। ଜନ ସଚେତନତା ସିନେମା ମାଧ୍ୟମରେ ହେଲେ ଏହା ଉଭୟ ସମାଜ ଏବଂ ବ୍ୟକ୍ତିବିଶେଷଙ୍କ ଠାରେ ବିଶେଷ ପ୍ରଭାବ ପକାଇଥାଏ।

Leave A Reply

Your email address will not be published.