ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଖଣ୍ଡଗିରି ପାହାଡ଼ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

0

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ସ୍ଫୋର୍ଟ୍ସ ଡ୍ରେସ୍‌ରେ ଥିଲେ।

ସକାଳେ ଯୁବକଙ୍କ ମୃତଦେହ ଖଣ୍ଡଗିରି ପାହାଡ଼ ତଳେ ପଡ଼ିଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ପରେ ସେମାନେ ପୋଲିସକୁ ଜଣାଇଥିଲେ। ପୋଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏହା ହତ୍ୟା ନା ଆଉ କିଛି ଜଣାପଡ଼ି ନାହିଁ। ତେବେ ଯୁବକଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ ଖୋଳତାଡ଼ ଚାଲିଛି। ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ ଚାଲିଛି।

Leave A Reply

Your email address will not be published.