ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଐତିହାସିକ କଟକ ବାଲିଯାତ୍ରାର ଆରମ୍ଭ ପୂର୍ବରୁ ବିବାଦ

0

କଟକ: ଆଉ କିଛି ଦିନ ପରେ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରା ଆରମ୍ଭ ପୂର୍ବରୁ ହିଁ ମୁଣ୍ଡ ଟେକିଛି ବିବାଦ। ବିଭିନ୍ନ ଦାବି ରଖି ପ୍ରଶାସନଙ୍କୁ ଚେତାବନୀ ଦେଲାଣି ବାଲିଯାତ୍ରା ମିଳିତ ମଞ୍ଚ। ଜମି ନିଲାମ ପ୍ରକ୍ରିୟା ବନ୍ଦ କରିବା ଓ ଜମି ବର୍ଗଫୁଟ ପିଛା ଟଙ୍କା କୋହଳ କରିବା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରିଛି ବାଲିଯାତ୍ରା ମିଳିତ ମଞ୍ଚ।

ଏନେଇ ସାମ୍ବାଦିକ ସମ୍ମିଳନୀ କରି ଚେତାଇ ଦେଇଛି ବାଲିଯାତ୍ରା ମିଳିତ ମଞ୍ଚ। ଏଥିସହିତ ବାଲିଯାତ୍ରା ଓଡ଼ିଆ ଅସ୍ମିତା ପ୍ରତୀକ ବୋଲି କହିଛି ମଞ୍ଚ। ଏଥିରେ କଟକ ବ୍ୟବସାୟୀମାନଙ୍କୁ ପ୍ରାଧାନ୍ୟ ଦିଆଯାଉ। କଟକର ଟେଣ୍ଟ ହାଉସ, ଦୋଳି ବ୍ୟବସାୟୀ, ଅନ୍ୟାନ୍ୟ କ୍ଷୁଦ୍ର ବ୍ୟବସାୟୀ ପ୍ରତିବର୍ଷ ବାଲିଯାତ୍ରା କୋଟି କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି ଓ ଲାଭାନ୍ବିତ ହୋଇଥା’ନ୍ତି।

କିନ୍ତୁ ବିଗତ କିଛି ବର୍ଷ ହେବ କଟକରେ ଲାଗି ରହିଥିବା କିଛି ଅସହିଷ୍ଣୁ ନିୟମ ବ୍ୟବସାୟୀମାନଙ୍କୁ କୁଠାରଘାତ କରିଛି। ଯାହାକୁ ଚଳିତ ବର୍ଷ ପରିବର୍ତ୍ତନ କରିବା ପାଇଁ ଦାବି କରିଛି ମଞ୍ଚ। ଏଥିସହିତ ଯଦି ଏହି ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନଗ୍ରହଣ କରେ ତାହାହେଲେ ମଞ୍ଚ ଯେଉଁ ନିଷ୍ପତ୍ତି ନେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମଞ୍ଚ ଚେତାବନୀ ଦେଇଛି।

Leave A Reply

Your email address will not be published.