ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

କାଜୁ ତୋଳାରୁ ଗୋଷ୍ଠୀ ସଂଘର୍ଷ, ୨୦ ଜଣ ଆହତ

0

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ବାଲିଡିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ସରକାରୀ ଜମିରୁ କାଜୁ ତୋଳିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଏଥିରେ ୨୦ ଜଣ ଆହତ ହୋଇଛନ୍ତି। ୫ ଗୁରୁତରଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଦେବୀ ନଦୀ ମଝିରେ ଥିବା ସୁନେଇଡିଆ ନାମକ ସରକାରୀ ଟାପୁକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ସୁନେଇଡିଆ ନାମକ ସରକାରୀ ଟାପୁକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ନଦୀ ମଝିରେ ଥିବା ଏହି ସରକାରୀ ଜମିରେ ବାଲିଡିଆ ଗାଁ ଲୋକେ ଦୀର୍ଘ ବର୍ଷ ଧରି କାଜୁ ଚାଷ କରି ଆସୁଛନ୍ତି। ଆଜି ସକାଳେ କିଛି ଲୋକ ସେଠାକୁ କାଜୁ ତୋଳିବାକୁ ଆସିଥିଲେ।

ପୂର୍ବରୁ କାଜୁ ତୋଳିବାକୁ ଆସିଥିବା ଜଗସିଂହପୁର ଜିଲ୍ଲା ତରାସାହି ଗାଁର ୨ ଶହରୁ ଅଧିକ ଲୋକ ବାଲିଡିଆବାସୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ବାଲିଡିଆ ଗାଁ ଲୋକ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ୫ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.