ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଯୁବକ ଅଟକ

0

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ। ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଧରାପଡିଛନ୍ତି ଯୁବକ। ଚଷମାରେ ହିଡେନ୍‌ କ୍ୟାମେରା ଲେନ୍ସ ଲଗାଇ ଯାଇଥିଲେ ଯୁବକ। ବେହରଣ ଦ୍ବାର ନିକଟରେ ସନ୍ଦେହ ହେବାରୁ ଯୁବକଙ୍କୁ ଧରିଛି ପୋଲିସ। ଯୁବକ ଜଣକ ପୁରୀ ଗଜପତି ନଗରର ହୋଇଥିବା ସୂଚନା।

ପୋଲିସର ସୂଚନା ଅନୁଯାୟୀ, ଯୁବକ ଜଣଙ୍କ ନିଜ ଚଷମାରେ ଲେନ୍ସ ଲଗାଇ ଶ୍ରୀମନ୍ଦିରର ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା। ଚଷମାରେ ଲାଗିଥିବା ଲେନ୍ସରୁ ଫୋଟୋ ଭିଡିଓ ଗୁଡ଼ିକ ସିଧାସଳଖ ମୋବାଇଲକୁ ଟ୍ରାନ୍ସଫର ହେଉଥିଲା। ବେହରଣ ଦ୍ଵାର ନିକଟରେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ କରି ପୋଲିସ ତାଙ୍କୁ ଧରି ସିଂହଦ୍ୱାର ଥାନାର କଣ୍ଟ୍ରୋଲ ରୁମରେ ଜିମା ଦେଇଛନ୍ତି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଲେ ସେନେଇ ପଚରା ଉଚରା ସହ ଘୋଳତାଡ ଆରମ୍ଭ କରିଛି ପୋଲିସ। ଏହି ଖବର ପ୍ରସାରିତ ହେବା ପରେ ଜଗନ୍ନାଥପ୍ରେମୀ ମାନଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି।

ଅନ୍ୟପଟେ, ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଶ୍ରୀମନ୍ଦିରରେ ଫଟୋ ଓ ଭିଡିଓକୁ ନେଇ ରହିଥିବା ଆଇନକୁ ନିଜେ ଉଲ୍ଲଂଘନ କରିଛି ଏଏସଆଇ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ଫଟୋ ପୋଷ୍ଟ କରିଥିଲା। ରତ୍ନଭଣ୍ଡାର ନୂତନ ଜୀବନ ପାଇଲା ବୋଲି କିଛି ଫଟୋକୁ ସୋସିଆଲ ଏକ୍ସରେ ପୋଷ୍ଟ କରି ହଟହଟା ହୋଇଛି ଏଏସଆଇ। ଫଟୋ ପୋଷ୍ଟକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିବାରୁ ବିଳମ୍ବିତ ରାତିରେ ଫଟୋ ଗୁଡ଼ିକୁ ଡିଲିଟ୍ କରିଦେଇଛନ୍ତି ଏଏସ୍‌ଆଇ କର୍ତ୍ତୃପକ୍ଷ।

Leave A Reply

Your email address will not be published.