ଭୁବନେଶ୍ବର: ବିଗିଡ଼ିଲା ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥା। ଓଲିଉଡ୍ ଇଣ୍ଡଷ୍ଟ୍ରିର ଖ୍ୟାତନାମା ସିଙ୍ଗର୍ ହ୍ୟୁମାନ ସାଗର କିଛିଦିନ ହେବ ସେ କିଡନି ଓ ଲିଭର୍ ଜନିତ ସମସ୍ୟାରେ ପୀଡିତ ଥିଲେ। ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି।
ଏହା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ସ୍ନାୟୁ ଜନିତ ରୋଗ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡ଼ିସିନ୍ ୱାର୍ଡକୁ ଅଣାଯାଇଥିଲେ ବି, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।