ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ପରଲୋକରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କାମିନୀ କୌଶଲ

0

ମୁମ୍ବାଇ: ପରଲୋକରେ ବଲିଉଡର ଦିଗଜ ଅଭିନେତ୍ରୀ କାମିନୀ କୌଶଲ। ୯୮ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି। ସେ ଦୀର୍ଘଦିନ ଦିନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । କାମିନୀ କୌଶଲ ଭାରତୀୟ ସିନେମାରେ ସାତ ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିଅର କରିଛନ୍ତି । ସେ ଶେଷ ଥର ପାଇଁ ଆମିର ଖାନଙ୍କ ଫିଲ୍ମ “ଲାଲ ସିଂହ ଚଡ୍ଡା”ରେ ଏକ କ୍ୟାମିଓ ଭୂମିକାରେ ନଜର ଆସିଥିଲେ।

୧୯୪୬ ମସିହାରେ ‘ନୀଚା ନଗର’ ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ କାମିନୀ କୌଶଲ। ଏହା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସର୍ବୋତ୍ତମ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇଥିଲା ଏବଂ ପାଲମେ ଡି’ ଔର୍ ଜିତିଥିବା ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ହୋଇ ରହିଛି। ସେ ଦିଲୀପ କୁମାର ଏବଂ ରାଜ କପୁରଙ୍କ ସମେତ ଅନେକ ପ୍ରମୁଖ ଷ୍ଟାରଙ୍କ ସହ କାମ କରିଛନ୍ତି।
୨୪ ଫେବୃଆରୀ, ୧୯୨୭ରେ ଜନ୍ମଗ୍ରହଣ କରିଥିଲେ କାମିନୀ କୌଶଲ। କାମିନୀ କୌଶଲ ଲାହୋରରେ ଜନ୍ମଗ୍ରହଣ କରିଥିଲେ, ସେ ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ। କାମିନୀ ଭାରତୀୟ ସିନେମାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ, ତାଙ୍କର କ୍ୟାରିଅର ଦଶନ୍ଧି ଧରିଥିଲା ​​ଏବଂ ସେ ୯୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

କାମିନୀ କୌଶଲ ସହିଦ, ନଦୀୟା କେ ପାର, ଶବନମ୍, ଆରଜୁ ଔର ବିରାଜ ବହୁ, ଦୋ ଭାଇ, ଜିଦ୍ଦି, ଶବନମ୍, ଜେଲର୍, ପାରସ୍, ନମୁନା, ନୀଚା ନଗର, ଝଞ୍ଜର, ଆବ୍ରୁ, ବଡ଼େ ସରକାର ଏବଂ ନାଇଟ୍ କ୍ଲବ୍ ଭଳି ଫିଲ୍ମରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.