ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

ଖଣ୍ଡଗିରି ମେଳାରୁ ଫେରିବା ବେଳେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

0

ଭୁବନେଶ୍ୱର: ଭୁବନେଶ୍ୱରରେ ଶନିବାର ଭୋର ସମୟରେ ଦୁର୍ବୃତ୍ତମାନେ ଖଣ୍ଡାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଉକ୍ତ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ହେଲେ ଚିଣ୍ଟୁ। ସେ ରାଜଧାନୀର ପାତ୍ରପଡ଼ା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି।

ଖଣ୍ଡଗିରି ମେଳାରେ ଯାତ୍ରା ପ୍ରଦର୍ଶନ ଦେଖି ଚିଣ୍ଟୁ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଏମ୍ସ ଭୁବନେଶ୍ୱର ରାସ୍ତାରେ ପିଛା କରି ଖଣ୍ଡା ସାହାଯ୍ୟରେ ନିର୍ମମ ଆକ୍ରମଣ କରିଥିଲେ। ତେବେ ପୂର୍ବ ଶତ୍ରୁତା ଯୋଗୁଁ ଏହି ମରଣାନ୍ତକ ଆକ୍ରମଣ ହୋଇଥାଇପାରେ। ଯଦିଓ ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସ୍ଥାନୀୟ ବାସିନ୍ଦା ମାନେ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ୱରକୁ ପଠାଇଥିବା ଜଣାପଡ଼ିଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସ୍କାନ କରୁଛି।

Leave A Reply

Your email address will not be published.