ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

0

କେନ୍ଦୁଝର; କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ଡକାୟତି ଘଟଣାରେ ସଂପୃକ୍ତ ସିପୁନ କୁମାର (୪୫)କୁ ସ୍ଥାନୀୟ ପୁଲିସ୍ ଗିରଫ କରିଛି। ପୁଲିସ୍‌ ଗୁଳିରେ ସେ ଆହତ ହୋଇଥିବା ବେଳେ ତାକୁ ବଡ଼ବିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ଠାରୁ ପୁଲିସ ଏକ ଦେଶୀ ବନ୍ଧୁକ ଜବତ କରିଛି।

ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଡକାୟତି ଘଟଣାରେ ପୂର୍ବରୁ ବଡ଼ବିଲ ପୁଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସିପୁନ କୁମାର ଫେରାର ହୋଇଯାଇଥିଲା। ତା’ ଘର ବିହାରର ପାଟଣା ଜିଲ୍ଲା ପିପରା ଗାଁରେ। ମୋଷ୍ଟ ୱାଣ୍ଟେଡ୍‌ ଅନ୍ତଃରାଜ୍ୟ ଅପରାଧୀ ସିପୁନ କୁମାର ନାଁରେ ଓଡ଼ିଶା, ବିହାର ଓ ଝାରଖଣ୍ଡରେ ହତ୍ୟା, ସଶସ୍ତ୍ର ଡକାୟତି, ଚୋରି ଓ ଧମକ ଦେଇ ଟଙ୍କା ଆଦାୟ କରିବା ଭଳି ଅନେକ ମାମଲା ରହିଛି। ସେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଥିବା ବେଳେ ପୁଲିସ ହାତରେ ପଡ଼ୁ ନଥିଲା।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସେମାନଙ୍କର ଏକ ଟିମ୍ ସେଠାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସିପୁନ ନାୟକ ଖସି ଯିବାକୁ ଉଦ୍ୟମ କରି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ୍ ଟିମ୍‌ ଏହାର ଜବାବରେ ପାଲଟା ଗୁଳି ଚାଳନା କରିଥିଲା। ପୁଲିସ ଗୁଳିରେ ସିପୁନ ନାୟକ ଆହତ ହୋଇଥିଲା। ଏହା ପରେ ପୁଲିସ ତାକୁ କାବୁ କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା।

Leave A Reply

Your email address will not be published.