ପ୍ରମୁଖ ଖବର

ସ୍ୱିଡେନରେ ପ୍ରଧାନମନ୍ତ୍ରୀ ମୋଦୀ; ‘ରୟାଲ ଅର୍ଡର ଅଫ୍ ପୋଲାର ଷ୍ଟାର’ ସମ୍ମାନରେ ସମ୍ମାନିତ
ହର୍ମୁଜ ଅତିକ୍ରମ କରି ଗୁଜରାଟରେ ପହଞ୍ଚିଲା ୨୦ ହଜାର ଟନ୍‌ ଏଲପିଜି ବୋଝେଇ ଟ୍ୟାଙ୍କର
ଇସ୍ତଫା ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କେର୍‌ ଷ୍ଟାର୍ମର!
ଶୁଭେନ୍ଦୁ ଅଧିକାରୀଙ୍କୁ ହତ୍ୟା ଧମକ; କଲକାତାରୁ ଜଣେ ଗିରଫ

କଟକ ଏସସିବି ଅଗ୍ନିକାଣ୍ଡରେ ୧୦ ମୃତ

0

କଟକ: କଟକ ଏସସିବି ମେଡିକାଲ ଟ୍ରମା କେଆର ଆଇସିୟୁରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ୨୩ ଜଣ ରୋଗୀଙ୍କୁ ଅନ୍ୟ ଓ୍ୱାର୍ଡକୁ ସ୍ଥାନାନ୍ତର ବେଳେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅଗ୍ନିକାଣ୍ଡର ଖବର ପାଇଁ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମବାହିନୀ।

ମୃତ୍ୟୁବରଣ କରିଥିବା ୧୦ ମୃତକଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ରମେଶ ପରିଡ଼ା, ଦାଶରୁ ମୁଣ୍ଡା, ଏମ୍‌.ଡି ନ୍ୟୁମ, ଗୌରାଙ୍ଗ ବାରିକ,ଏସ୍‌ କେ ଅବଦୁଲ୍ ସତାର, ମଧୁସୂଦନ ଦଳାଇ, କୃଷ୍ଣଚନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ଦାସ, ଚେରୁ ପରିଡ଼ା ଏବଂ ମେନକା ରାଉତ। ଟ୍ରମା କେୟାର ଆଇସିୟୁରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ପରେ ଆଇସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା।

ଏସସିବି ଅଗ୍ନିକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଗ୍ନିକାଣ୍ଡ ସ୍ଥଳ ବୁଲି ଦେଖିବା ସହ ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ। ମେଡିକାଲ ବୁଲି ଦେଖିବା ପରେ ସହାୟତା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.