ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଭୁବନେଶ୍ବର: ସେପ୍ଟେମ୍ବର ୩୦ରେ ପ୍ରସ୍ତାବିତ ଓଡ଼ିଶା ବନ୍ଦକୁ ନଜରରେ ରଖି ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ପ୍ରତିଷେଧାତ୍ମକ ଏବଂ ସତର୍କତାମୂଳକ ସୁରକ୍ଷା ବ୍ୟବସ୍ଥା ନେବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି।

ଗୃହ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଜାରି ଚିଠିରେ କୁହାଯାଇଛି ଯେ, ନବ ନିର୍ମାଣ କୃଷକ ସଂଗଠନ (ଏନ୍‌ଏନ୍‌କେଏସ୍‌) ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସେପ୍ଟେମ୍ବର ୩୦ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି। ରାସ୍ତାରୋକ, ଯାନବାହନ ଚଳାଚଳରେ ବାଧା, ଟାୟାର ଜାଳିବା ଓ ଯାତାୟାତ ବ୍ୟାହତ କରିବା ଭଳି କାର୍ଯ୍ୟକ୍ରମ ହୋଇପାରେ ବୋଲି ବିଭାଗ କହିଛି।

ଉପଲବ୍ଧ ସୂଚନା ଅନୁଯାୟୀ, ବାମଦଳ ସମେତ ବିଜେଡି ଓ କଂଗ୍ରେସ ଭଳି ବିଭିନ୍ନ ବିରୋଧୀ ଦଳ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ସମ୍ଭାବ୍ୟ ଅପ୍ରୀତିକର ଘଟଣା ଏଡ଼ାଇବା ସହ ସରକାରୀ ଓ କେନ୍ଦ୍ର ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ସ୍ୱାଭାବିକ ରଖିବାକୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଗୃହ ବିଭାଗ କହିଛି। ଏଥିସହ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ପରିସ୍ଥିତି ଉପରେ ଘନିଷ୍ଠ ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.