ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

କଟକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୮ ବସ୍‌

0

କଟକ: କଟକରେ ମଙ୍ଗଳବାର ବିଳମ୍ବିତ ରାତିରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଲିଙ୍କ୍‌ ରୋଡ୍‌ସ୍ଥିତ ଓଏସ୍‌ଏଲ୍‌ ଟାୱାର ନିକଟ ଏକ ଗ୍ୟାରେଜ୍‌ ପାର୍କିଂରେ ନିଆଁ ଲାଗି ୮ଟି ବସ୍‌ କ୍ଷତିଗ୍ରସ୍ତ ହୋଇଛି। ସେଥିମଧ୍ୟରୁ ୫ଟି ବସ୍‌ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବାବେଳେ ଅନ୍ୟ ୩ଟି ଆଂଶିକ ଜଳିଯାଇଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ୧୧୨ ନମ୍ବରରେ ସୂଚନା ଦେବା ପରେ ପ୍ରଥମେ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ପରେ ନିଆଁର ଭୟାବହତାକୁ ଦେଖି ଆଉ ଦୁଇଟି ଅଗ୍ନିଶମ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ତିନିଟି ଟିମ୍‌ର ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା।

କଟକ ଜୋନ୍‌ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଶାନ୍ତ ଧଳଙ୍କ ସୂଚନା ଅନୁଯାୟୀ, ବସ୍‌ଗୁଡ଼ିକର ସିଟ୍‌ରେ ଥିବା ତୁଳା ଓ ପ୍ଲାଷ୍ଟିକ୍‌ ସାମଗ୍ରୀ ଯୋଗୁଁ ନିଆଁ ଶୀଘ୍ର ବ୍ୟାପିଥିଲା। ଏଥିସହ ବସ୍‌ରେ ଥିବା ଡିଜେଲ୍‌ ଓ ମୋବିଲ୍‌ ନିଆଁକୁ ଆହୁରି ଭୟଙ୍କର କରିଥିଲା। ଫୋମ୍‌ ବ୍ୟବହାର କରି ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।

Leave A Reply

Your email address will not be published.