ପ୍ରମୁଖ ଖବର

ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି, ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି
୧୬ ତାରିଖରେ ଭୁବନେଶ୍ୱରରେ ମେଗା ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ: ଗଙ୍ଗନଗର ଛକରୁ ବାହାରି ରୁପାଲି ଛକରେ ପହଁଚିବ ନବୀନଙ୍କ ବିଶାଳ ଯାତ୍ରା
ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ, ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ
ନାମାଙ୍କନ ଭରିଲେ ମୋଦୀ, ବାରାଣାସୀ ଆସନରୁ ତୃତୀୟ ଥର ପାଇଁ କଲେ ପ୍ରାର୍ଥୀପତ୍ର ଦାଖଲ
ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହେଲେ ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ
ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ପରଲୋକ

ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା

0

ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା ସଂଗଠନକୁ କଂଗ୍ରେସ ଆଣିଛି। ଉଭୟ ଯୁବକ ଓ ବୟସ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି।ଏହି ନେତାମାନେ ରାଜ୍ୟ କଂଗ୍ରେସକୁ ଆଗକୁ ଆଣିବା ଲାଗି ଜିଲ୍ଲାସ୍ତରେ କାମ କରିବେ ବୋଲି ହାଇକମାଣ୍ଡ ଆଶା କରିଛନ୍ତି।

ଅନୁଗୁଳ ଜିଲ୍ଲା ସଭାପତି ଭାବେ ବିପ୍ଳବ ଜେନାଙ୍କୁ ନିଯୁକ୍ତି ମିଳିଥିବା ବେଳେ ବଲାଙ୍ଗୀର ଦିଲ୍ଲୀପ କୁମାର ବେହେରା, ବରଗଡ ନିହାର ମହାନନ୍ଦ, ବାଲେଶ୍ବର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ବର ବିଶ୍ବଜିତ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ମାନସ ଚୌଧୁରୀ, କଟକ ସିଟି ଗିରିବାଳା ବେହେରା, ଦେବଗଡ ଜିଲ୍ଲା ସଭାପତି ଭାବେ ଉମାଶଙ୍କର ସାହୁ କାର୍ଯ୍ୟ କରିବେ।

ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ସରୋଜ ପଟ୍ଟନାୟକ, ଗଞ୍ଜାମ ରମେଶ ଚନ୍ଦ୍ର ଜେନା, ଗଜପତି ଦାଶରଥି ଗମାଙ୍ଗ, ଜଗତସିଂହପୁର ନଟବର ବାରିକ, ଯାଜପୁର ମନୋଜ କୁମାର ରାଉତ, ଝାରୁସୁଗୁଡା ଭରତ ଅଭସ୍ତି, କନ୍ଧମାଳ ଅନାମ ନାଏକ, କେନ୍ଦ୍ରାପଡା ଅଂଶୁମାନ ମହାନ୍ତି, କେନ୍ଦୁଝର ବିପ୍ଳବ ମିଶ୍ର, ଖୋର୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ, ମିନାକ୍ଷୀ ବାହିନୀପତି, ମୟୂରଭଂଜ ହେମନ୍ତ ଦାସ, ମାଲକାନଗିରି ଗୋବିନ୍ଦ ପାତ୍ର, ନବରଙ୍ଗପୁର ମନୋରଂଜନ ତ୍ରିପାଠୀ, ନୟାଗଡ ରଂଜିତ ଦାସ, ନୂଆପଡା ଘାସିରାମ ମାଝୀ, ପୁରୀରେ ଅଜିତ ମଙ୍ଗରାଜ ସଭାପତି ଦାୟିତ୍ବ ତୁଲାଇବେ।

ସେହିଭଳି ରାଉରକେଲାରେ ଜର୍ଜ ତିର୍କୀ, ରାୟଗଡାରେ ଦୁର୍ଗା ପ୍ରସାଦ ନନ୍ଦ, ସମ୍ବଲପୁର ଅଶ୍ବିନୀ ଗୁରୁ, ସୋନପୁର ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ ବେଣୁମାଧବ ତ୍ରିପାଠୀ ଓ କଳାହାଣ୍ଡିରେ ଭରତଭୂଷମ ବେମାଲଙ୍କୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.