ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା

0

ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା ସଂଗଠନକୁ କଂଗ୍ରେସ ଆଣିଛି। ଉଭୟ ଯୁବକ ଓ ବୟସ୍କ ଟିମ୍‌ରେ ସ୍ଥାନ ପାଇଛନ୍ତି।ଏହି ନେତାମାନେ ରାଜ୍ୟ କଂଗ୍ରେସକୁ ଆଗକୁ ଆଣିବା ଲାଗି ଜିଲ୍ଲାସ୍ତରେ କାମ କରିବେ ବୋଲି ହାଇକମାଣ୍ଡ ଆଶା କରିଛନ୍ତି।

ଅନୁଗୁଳ ଜିଲ୍ଲା ସଭାପତି ଭାବେ ବିପ୍ଳବ ଜେନାଙ୍କୁ ନିଯୁକ୍ତି ମିଳିଥିବା ବେଳେ ବଲାଙ୍ଗୀର ଦିଲ୍ଲୀପ କୁମାର ବେହେରା, ବରଗଡ ନିହାର ମହାନନ୍ଦ, ବାଲେଶ୍ବର ସଞ୍ଜୀବ ଗିରି, ଭଦ୍ରକ ସୁବ୍ରତ ଦାସ, ଭୁବନେଶ୍ବର ବିଶ୍ବଜିତ ଦାସ, ବୌଦ୍ଧ ନବକିଶୋର ମିଶ୍ର, କଟକ ମାନସ ଚୌଧୁରୀ, କଟକ ସିଟି ଗିରିବାଳା ବେହେରା, ଦେବଗଡ ଜିଲ୍ଲା ସଭାପତି ଭାବେ ଉମାଶଙ୍କର ସାହୁ କାର୍ଯ୍ୟ କରିବେ।

ସେହିପରି ଢେଙ୍କାନାଳ ଜିଲ୍ଲା ସଭାପତି ଭାବେ ସରୋଜ ପଟ୍ଟନାୟକ, ଗଞ୍ଜାମ ରମେଶ ଚନ୍ଦ୍ର ଜେନା, ଗଜପତି ଦାଶରଥି ଗମାଙ୍ଗ, ଜଗତସିଂହପୁର ନଟବର ବାରିକ, ଯାଜପୁର ମନୋଜ କୁମାର ରାଉତ, ଝାରୁସୁଗୁଡା ଭରତ ଅଭସ୍ତି, କନ୍ଧମାଳ ଅନାମ ନାଏକ, କେନ୍ଦ୍ରାପଡା ଅଂଶୁମାନ ମହାନ୍ତି, କେନ୍ଦୁଝର ବିପ୍ଳବ ମିଶ୍ର, ଖୋର୍ଧା ସୁରେଶ କୁମାର ରାଉତରାୟ, କୋରାପୁଟ, ମିନାକ୍ଷୀ ବାହିନୀପତି, ମୟୂରଭଂଜ ହେମନ୍ତ ଦାସ, ମାଲକାନଗିରି ଗୋବିନ୍ଦ ପାତ୍ର, ନବରଙ୍ଗପୁର ମନୋରଂଜନ ତ୍ରିପାଠୀ, ନୟାଗଡ ରଂଜିତ ଦାସ, ନୂଆପଡା ଘାସିରାମ ମାଝୀ, ପୁରୀରେ ଅଜିତ ମଙ୍ଗରାଜ ସଭାପତି ଦାୟିତ୍ବ ତୁଲାଇବେ।

ସେହିଭଳି ରାଉରକେଲାରେ ଜର୍ଜ ତିର୍କୀ, ରାୟଗଡାରେ ଦୁର୍ଗା ପ୍ରସାଦ ନନ୍ଦ, ସମ୍ବଲପୁର ଅଶ୍ବିନୀ ଗୁରୁ, ସୋନପୁର ଗୌରୀଶ୍ୟାମ ପଣ୍ଡା, ସୁନ୍ଦରଗଡ ବେଣୁମାଧବ ତ୍ରିପାଠୀ ଓ କଳାହାଣ୍ଡିରେ ଭରତଭୂଷମ ବେମାଲଙ୍କୁ ଦାୟିତ୍ବ ଦିଆଯାଇଛି।

Leave A Reply

Your email address will not be published.