ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

କାହିଁକି ନବୀନଙ୍କୁ ଟକ୍କର ଦେଇପାରୁନାହାନ୍ତି ଧର୍ମେନ୍ଦ୍ର?

0
  • ଆସନ୍ତାକାଲି ଅନ୍ତର୍ଜାତିକ ମହିଳା ଦିବସ: ନବୀନଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ମହିଳା
  • ମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିପାରୁନି ବିଜେପି, ଠୋସ୍ ରଣନୀତି ବି ନାହିଁ
  • ଅପରାଜିତା ଫେଲ:, ନିଜ ପତିଆରା ବଢାଉଛନ୍ତି , ବିଜେପି କାମରେ ଆସୁନାହାନ୍ତି
  • ମୋଦୀଙ୍କ ଠାର ଦେଖି ନବୀନ ଦେଲେଣି ହୁଂକାର, ଏବେ ବି ରାଜ୍ୟ ବିଜେପି ଶୋଇଛି

ଭୁବନେଶ୍ବର: ଗୋଟିଏ ସାଧାରଣ ନିର୍ବାଚନ ସରିବା ଦିନ ହିଁ, ପରବର୍ତ୍ତୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ଭବତଃ ନବୀନଙ୍କ ବିଜେଡିର ଏହି କୌଶଳ ତାଙ୍କୁ ଲଗାତାର ଭାବେ ପଞ୍ଚମ ଥର କ୍ଷମତାରେ ରଖିଛି। କେବଳ ସେତିକି ନୁହେଁ, ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା, ନୂଆ ନୂଆ ତରିକାରେ ଭୋଟରଙ୍କୁ ଆକୃଷ୍ଚ କରିବା, ସର୍ବୋପରି ନିୟମିତ ବ୍ୟବଧାନରେ ସରକାରର ରୂପରେଖ ବଦଳାଇ ସମସ୍ତଙ୍କୁ ଚକ୍‌ମା ଦେବା ସହିତ ନିଜର ନେତୃତ୍ବକୁ ଭିନ୍ନ ବୋଲି ନବୀନ ବାରମ୍ବାର ପ୍ରମାଣିତ କରିଛନ୍ତି।

ଏହା ସତ୍ତ୍ବେ ଯେଉଁ ବଡ ପ୍ରସଙ୍ଗଟି ନିର୍ବାଚନ ରାଜନୀତିରେ ବିଜେଡି ପାଇଁ ସମ୍ବଳ ହୋଇଆସିଛି, ତାହା ହେଲା ମହିଳା ଭୋଟ ବ୍ୟାଙ୍କ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତି ଘରେ ଏହି ବର୍ଗର ଲୋକଙ୍କ ମନ ଧରିବାରେ ସକ୍ଷମ ହୋଇଛନ୍ତି। ମିସନ ଶକ୍ତି ସରକାର ପାଇଁ ସବୁଠାରୁ ବଡ ଶକ୍ତି ଭାବେ ଉଭା ହୋଇଆସିଛି। ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାକୁ ଦେଖାଦେଖି ମହିଳା କାର୍ଡ ପ୍ରତି ଗୁରୁତ୍ବ ଦେବା ଆରମ୍ଭ କଲେଣି। ଗତ ସରକାର ସମୟରେ ଉଜ୍ଜ୍ବଳା କାର୍ଯ୍ୟକ୍ରମକୁ ସେମାନେ ଫୋକସ୍ କରିଥିଲେ। ବେଶୀ ନ ହେଲେ ବି କିଛି ଘରେ ଏହା ମାଧ୍ୟମରେ ବିଜେପି ପହଞ୍ଚିଥିଲା। ଏଥର ସିଧା ସିଧା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉପରେ ବିଜେପି ନଜର ପଡ଼ିଛି।

ନବୀନ କିନ୍ତୁ ଏଥର ବି ଯଥେଷ୍ଟ ଆଗରୁ ସତର୍କତା ଅବଲମ୍ବନ କରିଛନ୍ତି। ଗୋଟିଏ ପଟେ ସଂସଦରେ ମହିଳା ସଂରକ୍ଷଣ କାର୍ଡ (ଗତ ନିର୍ବାଚନରେ ନିଜେ ଟିକେଟ୍ ଦେଇ ଉଦାହରଣ ସୃଷ୍ଟି କରିଥିଲେ) ଖେଳିଛନ୍ତି। ଅନ୍ୟପଟରେ ”ମିସନ ଶକ୍ତି” ଭଳି ନୂଆ ବିଭାଗ ଜରିଆରେ ଏହି ବର୍ଗ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ କୌଶଳ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ନବୀନ ଏହି ବିଭାଗ ସୃଷ୍ଟି କରିଛନ୍ତି, ଯେଉଁମାନଙ୍କ ପାଇଁ ଆଗକୁ ଆଉ ଜଣେ ସ୍ବତନ୍ତ୍ର ମନ୍ତ୍ରୀ, ସଚିବ ରହିବେ ଓ ନିର୍ଦେଶାଳୟ ବି କାର୍ଯ୍ୟ କରିବ।

ମହିଳା ଭୋଟକୁ ଧରି ରଖିବା ଲାଗି ବିଜେଡିର ପ୍ରମୁଖ ମହିଳା କ୍ୟାଡ଼ର ବି କିଛି କମ୍ ଉଦ୍ୟମ କରୁଛନ୍ତି ତା ନୁହେଁ। ସରକାରରେ ମିସନ ଶକ୍ତି ନିର୍ଦେଶିକା ଭାବେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଯେଭଳି ବଡ଼ ଶକ୍ତି ଭାବେ ଉଭା ହୋଇଛନ୍ତି ଓ ଏହି ବର୍ଗର ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି, ସେହିଭଳି ଦଳରେ ବି ମହିଳା ଓ୍ବିଙ୍ଗ୍ ଏ ଦିଗରେ ବେଶ୍ ସଚେତନ ଅଛି।

ହେଲେ ଯେଉଁ କଥାଟି ରାଜନୈତିକ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିବର୍ତ୍ତିତ ଏଭଳି କୌଶଳ ଏଯାଏ ରାଜ୍ୟ ବିଜେପି ବୁଝିଲେଣି କି ନା, ତାହା ଜଣାପଡିନାହିଁ। ଓଡ଼ିଶାର ରାଜନୀତି ଚିତ୍ର ଦେଖିଲେ ଏକଥା ଜଳ ଜଳ ହୋଇ ଦିଶୁଛି ଯେ ଆସନ୍ତା ଦିନରେ ବିଜେପି ମହିଳା ଭୋଟକୁ ଧରି ରଖିବା ସମ୍ଭାବନା କ୍ଷୀଣ। ଦଳର ମହିଳା ଶାଖା ପ୍ରତି ପରିବାରରେ ଆଲୋଡ଼ନ ସୃଷ୍ଟି କରିବା ଅବସ୍ଥାରେ ନାହାନ୍ତି। ବିଜେପି ପାଖରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ଜଣେ ଦକ୍ଷ ନେତ୍ରୀ ଅଛନ୍ତି। ସେ ବି ଏ ଦାୟିତ୍ବରେ କିଛି ଦିନ ଥିଲେ। ହେଲେ ସେବେ ବିଜେଡିକୁ ବଳ ଦେଇଥିବା ସେ ଅସ୍ତ୍ର ବିଜେପିରେ କାମ କରିବା ଭଳି ଲାଗୁନି। ଏଇଥିପାଇଁ ଯେ ଅପରାଜିତା ଏବେ ବିଭିନ୍ନ ଜିଲ୍ଲା ବୁଲୁଥିଲେ ବି ନିଜର ଭୋଟ ବ୍ୟାଙ୍କ ପ୍ରସ୍ତୁତିରେ ଲାଗିଛନ୍ତି। ନା ଦଳ ତାଙ୍କୁ ଏଯାଏ ବ୍ୟବହାର କଲେଣି ନା ସେ ଦଳ ପାଇଁ ଗୋଟିଏ ବଡ଼ ସଂପତ୍ତି ଭାବେ ଉଭା ହୋଇପାରିଛନ୍ତି।

ଇତିମଧ୍ୟରେ ବିଜେପିର ମହିଳା ମୋର୍ଚ୍ଚା ଯେତେ ପ୍ରସଙ୍ଗ ଧରି ସାମ୍ନାକୁ ଆସିଛି, ସେସବୁ ମଧ୍ୟରୁ ଅଧିକାଂଶ ନାରୀ ସୁରକ୍ଷା ଉପରେ ପର୍ଯ୍ୟବେସିତ। ହେଲେ ନାରୀ ଜାଗରଣ କ୍ଷେତ୍ରରେ କୌଣସି କାର୍ଯ୍ୟକ୍ରମ ଦଳର ନାହିଁ। ବିଜେପିର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସୁଛି। ଓଡ଼ିଶା ଦାୟିତ୍ବରେ ଦଳର ପ୍ରଭାରୀ ଭାବେ ବି ଜଣେ ମହିଳା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡି. ପୁରନ୍ଦେଶ୍ବରୀ କାର୍ଯ୍ୟ କରୁଛନ୍ତି। ହେଲେ ଠୋସ୍ ରଣନୀତି ଧରି ସେ ବି ଆସିନାହାନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ କାର୍ଡକୁ ବୁଝିଥିଲେ ହେଁ ସେ ନବୀନଙ୍କ ଭଳି ପ୍ରତି ପରିବାରରେ ମହିଳା ଭୋଟରଙ୍କ ଉପରେ ପ୍ରଭାବ ପକାଇବା ଭଳି ସ୍ଥିତିରେ ନାହାନ୍ତି। ଅତୀତରେ ବସୁନ୍ଧରା ରାଜେ ସିନ୍ଧିଆ ରାଜସ୍ଥାନରେ ମହିଳା କାର୍ଡ ଖେଳି ସଫଳ ହୋଇଥିଲେ। ଦଳର ସଦସ୍ୟ ଅଭିଯାନରେ ମହିଳା ଭୋଟକୁ ପ୍ରାଥମିକତା ଦିଆଯାଇଥିଲା।

ସମାଜର ୫୦ ପ୍ରତିଶତ ଏହି ଭୋଟର ଆସନ୍ତା ଦିନରେ ପୁଣି ଥରେ ନିର୍ବାଚନ ଫଳାଫଳ ନିର୍ଧାରଣରେ ବଡ଼ କାରଣ ହେବେ। ବିଜେଡି ଏକଥା କେବଳ ବୁଝିଛି, ହେଜିଛି। କିନ୍ତୁ ବିଜେପି? କଂଗ୍ରେସ କଥା ନ କହିବା ଭଲ।

ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ମହିଳା ଦିବସରେ ବିଜେଡି ସବୁ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିବ। ଏପଟେ ରାଜ୍ୟ କାର୍ଯ୍ୟାଳୟରେ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ନବୀନ ବାର୍ତ୍ତା ରଖିବେ। ମାତ୍ର କିଛି ପ୍ରଶ୍ନ ପଚାରିବାରେ ଅଟକିଯାଇଛି ବିଜେପି ମହିଳା ମୋର୍ଚ୍ଚା। ନାବାଳିକା ଦୁଷ୍କର୍ମ ଓ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇ ଗର୍ଜିବା ଛଡା ଆଉ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ନାହିଁ। କଂଗ୍ରେସ ଘୋଷଣା କରିଛି ଯେ ୮ ତାରିଖରେ ରାଉରକେଲାରେ ମହିଳା ଦିବସ ପାଳିବ। ସେଦିନ ମହିଳା ଦିବସକୁ କଳା ଦିବସ ଭାବେ ଦଳ ପାଳନ କରିବ।

ଏଭଳି ରଣନୀତି କରି ବିଜେପିର ଧର୍ମେନ୍ଦ୍ର, କଂଗ୍ରେସର ନିରଞ୍ଜନ ମହିଳା ଭୋଟ ବ୍ୟାଙ୍କ ରଖିପାରିବେ? ନବୀନଙ୍କୁ ଟକ୍କର ଦେଇପାରିବେ?

Leave A Reply

Your email address will not be published.