ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ ୬ମାସ ଧରି ହ୍ରାସ ପାଇ ଚାଲିଥିଲା । ପରିଣାମ ହେଲା ତାଙ୍କର ବଜାର ପୁଞ୍ଜି ଏକହଜାର କୋଟି ଟଙ୍କା କମିଯାଇଥିଲା ।
ଏପଟେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଲେଣି । ସେପ୍ଟେମ୍ୱର ମାସରେ ପାଖାପାଖି ୨୧ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ । ଚଳିତମାସରେ ପାଖାପାଖି ୩୨ ହଜାର କୋଟି ଟଙ୍କା ଉଠାଇ ନେଲେଣି । ଏଥିସହିତ ପାଖାପାଖି ୯୦ ହଜାର କୋଟି ଟଙ୍କା ସେମାନେ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ବ୍ୟକ୍ତ କଲେଣି ।
ଉଲ୍ଲେଖଯୋଗ୍ୟ, ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଲଢେଇ, ଅଶୋଧିତ ତେଲ ବଜାରରେ ଅସ୍ଥିରତା ଏବଂ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ନିବେଶକମାନେ ଚିନ୍ତାରେ ଅଛନ୍ତି । ଠିକ ଏମିତି ଏକ ସମୟରେ ଭାରତର ଷ୍ଟକ ବଜାରରେ ନିବେଶରୁ ଉପଯୁକ୍ତ ଲାଭ ମିଳୁନଥିବାରୁ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଲାଣି । ଏଣୁ ସେମାନେ ମୂଳ ପୁଞ୍ଜି ବଞ୍ଚାଇବା ଲାଗି ସେୟାର ଓ ବଣ୍ଡ ବିକ୍ରି କରିବା ଆରମ୍ଭ କରିଛନ୍ତି ।
ପ୍ରମୁଖ ଖବର
ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘