ନୂଆଦିଲ୍ଲୀ: ଭାରତର ପୁଞ୍ଜି ବଜାରରେ ଅସ୍ଥିରତାର ସାଂଘାତିକ ପ୍ରଭାବ ପଡିଲାଣି । ଗୋଟିଏ ପଟେ କ୍ଷତି ସହିନପାରି ଏକ ଗାର୍ମେଣ୍ଟ କଂପାନିର ପରିଚାଳନା ନିର୍ଦେଶକ ହର୍ଷଦ ଠକର ଲୁଚିଛନ୍ତି । ତାଙ୍କର ପତ୍ତା ମିଳୁନାହିଁ । ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ହର୍ଷଦଙ୍କ କଂପାନିର ମୂଲ୍ୟ ଗତ ୬ମାସ ଧରି ହ୍ରାସ ପାଇ ଚାଲିଥିଲା । ପରିଣାମ ହେଲା ତାଙ୍କର ବଜାର ପୁଞ୍ଜି ଏକହଜାର କୋଟି ଟଙ୍କା କମିଯାଇଥିଲା ।
ଏପଟେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର କରିବା ଆରମ୍ଭ କରିଦେଲେଣି । ସେପ୍ଟେମ୍ୱର ମାସରେ ପାଖାପାଖି ୨୧ ହଜାର କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ । ଚଳିତମାସରେ ପାଖାପାଖି ୩୨ ହଜାର କୋଟି ଟଙ୍କା ଉଠାଇ ନେଲେଣି । ଏଥିସହିତ ପାଖାପାଖି ୯୦ ହଜାର କୋଟି ଟଙ୍କା ସେମାନେ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି । ଏହାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା ବ୍ୟକ୍ତ କଲେଣି ।
ଉଲ୍ଲେଖଯୋଗ୍ୟ, ଆମେରିକା ଓ ଚୀନ୍ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଲଢେଇ, ଅଶୋଧିତ ତେଲ ବଜାରରେ ଅସ୍ଥିରତା ଏବଂ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା କାରଣରୁ ନିବେଶକମାନେ ଚିନ୍ତାରେ ଅଛନ୍ତି । ଠିକ ଏମିତି ଏକ ସମୟରେ ଭାରତର ଷ୍ଟକ ବଜାରରେ ନିବେଶରୁ ଉପଯୁକ୍ତ ଲାଭ ମିଳୁନଥିବାରୁ ଅର୍ଥନୈତିକ ମେରୁଦଣ୍ଡ ଦୋହଲିଲାଣି । ଏଣୁ ସେମାନେ ମୂଳ ପୁଞ୍ଜି ବଞ୍ଚାଇବା ଲାଗି ସେୟାର ଓ ବଣ୍ଡ ବିକ୍ରି କରିବା ଆରମ୍ଭ କରିଛନ୍ତି ।
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ