ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ଇଡିକୁ ସୁପ୍ରିମକୋର୍ଟଙ୍କ ତାଗିଦ: ନିଜ ସୀମା ଭିତରେ ରୁହ

0

କେରଳମ୍‌: କେରଳମ୍‌ର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କଡ଼ା ତାଗିଦ କରିଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ ନକରି ନିଜ ଅଧିକାର ସୀମା ମଧ୍ୟରେ ରହିବାକୁ ଅଦାଲତ ପରାମର୍ଶ ଦେଇଛନ୍ତି। ବୁଧବାର ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ୍‌ ଭି. ମୋହନଙ୍କ ଖଣ୍ଡପୀଠ କହିଛନ୍ତି, ଇଡି ନିଜ ଦାୟିତ୍ୱ ଅନୁଯାୟୀ ପ୍ରମାଣ ସଂଗ୍ରହ କରି ଅଭିଯୋଗ ଦାଖଲ କରିଛି। ଏବେ ରାଜ୍ୟ ସରକାରଙ୍କୁ ନିଜ ଦାୟିତ୍ୱ ତୁଲାଇବାକୁ ଦିଆଯାଉ। ଅନ୍ୟ ସଂସ୍ଥାର ଅଧିକାର କ୍ଷେତ୍ରରେ ଅଯଥା ହସ୍ତକ୍ଷେପ ନକରିବାକୁ ଖଣ୍ଡପୀଠ କହିଛନ୍ତି।

ଏହି ମାମଲାରେ କେରଳ ହାଇକୋର୍ଟଙ୍କ ଅକ୍ଟୋବର ୯ ତାରିଖର ଆଦେଶ ଉପରେ ସୁପ୍ରିମକୋର୍ଟ ସାମୟିକ ସ୍ଥଗିତାଦେଶ ଦେଇଛନ୍ତି। ଏଥିସହ ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ୍‌ କରିବା ପାଇଁ ଆବେଦନକାରୀଙ୍କୁ ସାତ ଦିନ ସମୟ ଦିଆଯାଇଛି। ତେବେ ଏହା ଏଫ୍‌ଆଇଆର୍‌ ବିରୋଧରେ ସ୍ଥାୟୀ ରହିତାଦେଶ ନୁହେଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଜୟନ, ତାଙ୍କ ଝିଅ ଭିଣା ଟି. ଓ ଜ୍ୱାଇଁଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ରହିଛି। ବିଜୟନ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଝିଅ ଓ ଜ୍ୱାଇଁଙ୍କ କମ୍ପାନୀ ଏକ୍ସାଲୋଜିକ୍‌ ସଲ୍ୟୁସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ ସରକାରୀ ପାଣ୍ଠିରୁ ୨.୭୮ କୋଟି ଟଙ୍କା ଅନୁଚିତ ଭାବେ ଦିଆଯାଇଥିବା ଅଭିଯୋଗ ହୋଇଛି।

ଆଇନଜୀବୀ କେ.ଏମ୍‌. ଶାହାଜାହାନଙ୍କ ଆବେଦନ ଆଧାରରେ କେରଳ ହାଇକୋର୍ଟ ପୁଲିସକୁ ଏଫ୍‌ଆଇଆର୍‌ ରୁଜୁ କରିବାକୁ ଅନୁମତି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ୍‌ କରି ବିଜୟନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave A Reply

Your email address will not be published.