ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍ ହିନ୍ଦ୍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ ଭର୍ତ୍ସନା କରିିଥିଲେ । କେବଳ ସେତିକି ନୁହେଁ, ଗାନ୍ଧୀ ପରିବାରକୁ ଇଙ୍ଗୀତ କରି ଏକଥା ବି କହିଥିଲେ ଯେ ଗୋଟିଏ ପରିବାରକୁ ଗୁରୁତ୍ୱ ଦେବାକୁ ଯାଇ ନେତାଜୀ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ଗଠନରେ ଯୋଗଦାନକୁ ଅଣଦେଖା କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାଲଟା ଜବାବ ଦେଇଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ପ୍ରଧାନମନ୍ତ୍ରୀଙ୍କୁ ଇତିହାସ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ନେତାଜୀଙ୍କ ପାଇଁ କଂଗ୍ରେସ କଣ କରିଛି, ତାହା ବିଜେପି ଗଣିପାରିବ ନାହିଁ । ଏମିତିରେ ବି ସ୍ୱାଧୀନତା ସଂଗ୍ରାମରେ ବିଜେପିର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ କହିଛି ।
ସିଂଘଭି ଆହୁରି କହିଛନ୍ତି ଯେ ୧୯୩୮ ମସିହାରେ ନେତାଜୀ ରାଷ୍ଟ୍ରୀୟ କମିଟି ଗଠନ କରିଥିଲେ, ଯାହାର ଢାଞ୍ଚାକୁ ଅନୁପାଳନ କରି ପରବର୍ତୀ ସମୟରେ ଯୋଜନା ଆୟୋଗ ଗଠନ ହୋଇଥିଲା । କିନ୍ତୁ ମୋଦୀ ଏହାକୁ ନୀତି ଆୟୋଗରେ ପରିଣତ କରି ବରଂ ନେତାଜୀଙ୍କୁ ଅସମ୍ମାନିତ କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଇଥାନ୍ତି ।
ପ୍ରମୁଖ ଖବର
ଭାରତୀୟ ପାଇଲଟ୍ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍ ଟ୍ରେନ୍ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍ଆର୍ସିଙ୍କ ପରାମର୍ଶ