ପ୍ରମୁଖ ଖବର

ଆଜି ସାରା ଓଡ଼ିଶାରେ ଅଖଚକ ସବୁ ବନ୍ଦ
ବେଙ୍ଗାଲୁରୁ ଦଳାଚକଟା ପାଇଁ ବିରାଟ୍‌ କୋହଲି ଦାୟୀ, କର୍ଣ୍ଣାଟକ ସରକାର
ତତ୍ପର ହେଲା ଗଣଶିକ୍ଷା ବିଭାଗ
ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି
ବାଲେଶ୍ୱର ଘଟଣାକୁ ବିରୋଧ କରି ଜୁଲାଇ ୧୭ରେ ଓଡ଼ିଶା ବନ୍ଦ
ପୁସ୍ ଟ୍ରଲିକୁ ଧକ୍କା ଦେଲା ଟ୍ରେନ, ଜଣେ ମୃତ, ୨ ଗୁରୁତର
ପୁଣି ଛାତ୍ରୀଙ୍କୁ ନିର୍ଯ୍ୟାତନା: ଅଧ୍ୟାପକ ଗିରଫ
କନ୍ଧମାଳରୁ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ କଲେ ସୁରକ୍ଷାକର୍ମୀ
ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ହେଲା ପତାକା ଉତ୍ତୋଳନ

0

ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍‍ ହିନ୍ଦ୍‍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ ଭର୍ତ୍ସନା କରିିଥିଲେ । କେବଳ ସେତିକି ନୁହେଁ, ଗାନ୍ଧୀ ପରିବାରକୁ ଇଙ୍ଗୀତ କରି ଏକଥା ବି କହିଥିଲେ ଯେ ଗୋଟିଏ ପରିବାରକୁ ଗୁରୁତ୍ୱ ଦେବାକୁ ଯାଇ ନେତାଜୀ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ଗଠନରେ ଯୋଗଦାନକୁ ଅଣଦେଖା କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାଲଟା ଜବାବ ଦେଇଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ପ୍ରଧାନମନ୍ତ୍ରୀଙ୍କୁ ଇତିହାସ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ନେତାଜୀଙ୍କ ପାଇଁ କଂଗ୍ରେସ କଣ କରିଛି, ତାହା ବିଜେପି ଗଣିପାରିବ ନାହିଁ । ଏମିତିରେ ବି ସ୍ୱାଧୀନତା ସଂଗ୍ରାମରେ ବିଜେପିର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ କହିଛି ।
ସିଂଘଭି ଆହୁରି କହିଛନ୍ତି ଯେ ୧୯୩୮ ମସିହାରେ ନେତାଜୀ ରାଷ୍ଟ୍ରୀୟ କମିଟି ଗଠନ କରିଥିଲେ, ଯାହାର ଢାଞ୍ଚାକୁ ଅନୁପାଳନ କରି ପରବର୍ତୀ ସମୟରେ ଯୋଜନା ଆୟୋଗ ଗଠନ ହୋଇଥିଲା । କିନ୍ତୁ ମୋଦୀ ଏହାକୁ ନୀତି ଆୟୋଗରେ ପରିଣତ କରି ବରଂ ନେତାଜୀଙ୍କୁ ଅସମ୍ମାନିତ କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଇଥାନ୍ତି ।

Leave A Reply

Your email address will not be published.