ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ହେଲା ପତାକା ଉତ୍ତୋଳନ

0

ନୂଆଦିଲ୍ଲୀ: ବର୍ଷରେ ଦ୍ୱିତୀୟ ଥର ପାଇଁ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ ହେବା ପ୍ରସଙ୍ଗକୁ ନେଇ ସମଗ୍ର ଦେଶରେ ବିତର୍କ ମୁଣ୍ଡ ଟେକିଛି । ଆଜାଦ୍‍ ହିନ୍ଦ୍‍ ଫୌଜର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କଂଗ୍ରେସକୁ ଭର୍ତ୍ସନା କରିିଥିଲେ । କେବଳ ସେତିକି ନୁହେଁ, ଗାନ୍ଧୀ ପରିବାରକୁ ଇଙ୍ଗୀତ କରି ଏକଥା ବି କହିଥିଲେ ଯେ ଗୋଟିଏ ପରିବାରକୁ ଗୁରୁତ୍ୱ ଦେବାକୁ ଯାଇ ନେତାଜୀ ଏବଂ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ରାଷ୍ଟ୍ର ଗଠନରେ ଯୋଗଦାନକୁ ଅଣଦେଖା କରାଯାଇଛି ।
ଅନ୍ୟପକ୍ଷରେ କଂଗ୍ରେସ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ପାଲଟା ଜବାବ ଦେଇଛି । କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି ପ୍ରଧାନମନ୍ତ୍ରୀଙ୍କୁ ଇତିହାସ ପଢିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ନେତାଜୀଙ୍କ ପାଇଁ କଂଗ୍ରେସ କଣ କରିଛି, ତାହା ବିଜେପି ଗଣିପାରିବ ନାହିଁ । ଏମିତିରେ ବି ସ୍ୱାଧୀନତା ସଂଗ୍ରାମରେ ବିଜେପିର କୌଣସି ଯୋଗଦାନ ନାହିଁ ବୋଲି କଂଗ୍ରେସ କହିଛି ।
ସିଂଘଭି ଆହୁରି କହିଛନ୍ତି ଯେ ୧୯୩୮ ମସିହାରେ ନେତାଜୀ ରାଷ୍ଟ୍ରୀୟ କମିଟି ଗଠନ କରିଥିଲେ, ଯାହାର ଢାଞ୍ଚାକୁ ଅନୁପାଳନ କରି ପରବର୍ତୀ ସମୟରେ ଯୋଜନା ଆୟୋଗ ଗଠନ ହୋଇଥିଲା । କିନ୍ତୁ ମୋଦୀ ଏହାକୁ ନୀତି ଆୟୋଗରେ ପରିଣତ କରି ବରଂ ନେତାଜୀଙ୍କୁ ଅସମ୍ମାନିତ କରିଛନ୍ତି ।
ଏଠାରେ ଉଲ୍ଲେଖଥାଉକି, ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହିତ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଇଥାନ୍ତି ।

Leave A Reply

Your email address will not be published.