ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନିଦ ହଜାଇଦେଲେ ରାହୁଲ

0

ରାୟପୁର: ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ଭୋଟରଙ୍କୁ ଚକ୍‍ମା ଦେଇଥିଲା ବିଜେପି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ପାଦେ ଆଗକୁ ଯାଇଛନ୍ତି । ଛତିଶଗଡ ରାୟପୁରରେ ଏକ ସଭାରେ ଯୋଗଦେଇ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ସର୍ବନିମ୍ନ ରୋଜଗାର ଭତ୍ତା ଦିଆଯିବ । ରାହୁଲଙ୍କ ଏହି କାର୍ଡ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
କୃଷି ଋଣ ଛାଡ କରି ଚାଷୀଙ୍କ ଆସ୍ଥାଭାଜନ ହୋଇଥିବା ରାହୁଲଙ୍କୁ ଏହି ପ୍ରସଙ୍ଗ ଭୋଟ ହାତେଇବାରେ ସହାୟକ ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଲେଣି । ରାୟପୁର ସମାବେଶରେ ଯୋଗଦେଇ ରାହୁଲ ଆଜି କହିଥିଲେ, ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ଦେଶରୁ ଗରିବି ଓ ଭୋକ ସମ୍ପୂର୍ଣ୍ଣ ଦୂର କରାଯିବ । ସମସ୍ତଙ୍କୁ ସର୍ବନିମ୍ନ ରୋଜଗାର ଭତ୍ତା ପ୍ରଦାନ କରାଯିବ । ଦୁଇଟି ଭାରତ କଂଗ୍ରେସ କଳ୍ପନା କରିପାରିବ ନାହିଁ ।
କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ଆକ୍ଷେପ କରି ରାହୁଲ କହିଥିଲେ, ୧୫ଟି ବଡ ବଡ ଶିଳ୍ପ ସଂସ୍ଥାକୁ ୩.୫ ଲକ୍ଷ କୋଟି ଟଙ୍କା ଛାଡ କରାଗଲା । ଚାଷୀଙ୍କ ଋଣ କିନ୍ତୁ ଛାଡ କରାଯାଇପାରିବ ନାହିଁ?
ରାଫେଲ ଘଟଣାର ସ୍ମରଣ କରି ରାହୁଲ କହିଥିଲେ, ଫ୍ରାନ୍‍ସର ବେକାରୀ ଦୂର ପାଇଁ ମୋଦୀ ସରକାର ପଦକ୍ଷେପ ନେଲେ । ହେଲେ ଓଡ଼ିଶାର ହାଲକୁ ସୁଯୋଗ ମିଳିଲା ନାହିଁ । ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡର ହଜାର ହଜାର ବେକାରୀଙ୍କ ହାତକୁ ନିଯୁକ୍ତି ମିଳିଥାନ୍ତା ।
ଉଲ୍ଲେଖଯୋଗ୍ୟ, କ୍ଷମତାକୁ ଆସିବାର ଦଶଦିନ ମଧ୍ୟରେ ଋଣ ଛାଡ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ପରିଣାମ ହେଲା, ୧୫ ବର୍ଷର ବିଜେପି ଶାସନର ପରିସମାପ୍ତି ଘଟାଇ ଛତିଶଗଡ ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଲେ । ରାହୁଲ ତୁରନ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି । କେବଳ ଛତିଶଗଡ ନୁହେଁ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଛି । ଏଣୁ ସ୍ୱାଭାବିକ ଭାବେ ରାହୁଲଙ୍କ ଏହି ପ୍ରତିଶ୍ରୁତିକୁ ଭୋଟର ବିଶ୍ୱାସ କରିବାର ସମ୍ଭାବନା ଅଧିକ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି ।

Leave A Reply

Your email address will not be published.