ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଭୋଟରଙ୍କୁ ମନାଇବା ପାଇଁ ବଳିପଡିବ ସଂସ୍କାର

0

ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବଜେଟ୍‍ ଖାସ୍‍ ଭୋଟରଙ୍କୁ ମନାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ଆର୍ଥିକ ସଂସ୍କାର ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇପାରନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଦ୍ୱାରା ଆଗତ ହେବାକୁ ଥିବା ୨୦୧୯-୨୦ ବଜେଟକୁ ନେଇ ଏମିତି ପୂର୍ବାନୁମାନ ଓ ମତମନ୍ତବ୍ୟ ପ୍ରକାଶ ପାଇଲାଣି । ଏହି ବଜେଟରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭୋଟରଙ୍କ ସହିତ ଚାଷୀ ବର୍ଗକୁ ଖୁସି କରିବା ଲାଗି ଅନେକ ପଦକ୍ଷେପ ନେଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।
ଅଧିକ ଖର୍ଚ୍ଚ ଓ କମ ରାଜସ୍ୱ ଆଦାୟ କାରଣରୁ ଦେଶର ଅର୍ଥନୀତି ବିପଦମୁହାଁ ହୋଇଛି । ମାର୍ଚ୍ଚ ମାସ ବେଳକୁ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ଘରୋଇ ଉପùାଦର ୩.୫ ପ୍ରତିଶତକୁ ଛୁଇଁଯାଇପାରେ । ହେଲେ ନିକଟରେ ତିନି ତିନିଟି ବିଜେପି ଶାସିତ ରାଜ୍ୟରେ ପରାଜୟ କାରଣରୁ କେନ୍ଦ୍ର ସରକାର ଏ ଦିଗକୁ ଅଣଦେଖା କରି ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି ।
ଦେଶର ଅର୍ଥନୀତି ସଙ୍କଟରେ ଥିବା କାରଣରୁ ପୂର୍ବରୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ସହାୟତା ଲୋଡିଥିଲେ । ଏହାକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏବେ ଯାଏ ମଧ୍ୟ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । କିନ୍ତୁ କେନ୍ଦ୍ର ସରକାର ୧ଲକ୍ଷ କୋଟିର ଚାଷୀ ପ୍ୟାକେଜ ପ୍ରସ୍ତୁତ କରିବା ଜିଦରେ ଅଟଳ ଅଛନ୍ତି ।
ବିଶିଷ୍ଟ ଅର୍ଥନୀତିଜ୍ଞଙ୍କର କହିବା କଥା ହେଉଛି, ଏହା ଭୋଟରଙ୍କୁ ସୁହାଇପାରେ । ମାତ୍ର ଏହାର ସାଂଘାତିକ ପ୍ରଭାବ ଅର୍ଥନୀତି ଉପରେ ଆଗକୁ ପଡିବା ସମ୍ଭାବନାକୁ ଏଡାଇ ଦେଉ ହେଉନାହିଁ ।

Leave A Reply

Your email address will not be published.