ନୂଆଦିଲ୍ଲୀ: ନିର୍ବାଚନ ବର୍ଷର ବଜେଟ୍ ଖାସ୍ ଭୋଟରଙ୍କୁ ମନାଇବା ପାଇଁ ଉଦ୍ଦିଷ୍ଟ । ଏଥିରେ ଆର୍ଥିକ ସଂସ୍କାର ଦିଗରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନ ନେଇପାରନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ଥାନରେ ଦାୟିତ୍ୱରେ ଥିବା ପୀୟୂଷ ଗୋୟଲଙ୍କ ଦ୍ୱାରା ଆଗତ ହେବାକୁ ଥିବା ୨୦୧୯-୨୦ ବଜେଟକୁ ନେଇ ଏମିତି ପୂର୍ବାନୁମାନ ଓ ମତମନ୍ତବ୍ୟ ପ୍ରକାଶ ପାଇଲାଣି । ଏହି ବଜେଟରେ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭୋଟରଙ୍କ ସହିତ ଚାଷୀ ବର୍ଗକୁ ଖୁସି କରିବା ଲାଗି ଅନେକ ପଦକ୍ଷେପ ନେଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି ।
ଅଧିକ ଖର୍ଚ୍ଚ ଓ କମ ରାଜସ୍ୱ ଆଦାୟ କାରଣରୁ ଦେଶର ଅର୍ଥନୀତି ବିପଦମୁହାଁ ହୋଇଛି । ମାର୍ଚ୍ଚ ମାସ ବେଳକୁ ବିତ୍ତୀୟ ନିଅଣ୍ଟ ସାମଗ୍ରିକ ଘରୋଇ ଉପùାଦର ୩.୫ ପ୍ରତିଶତକୁ ଛୁଇଁଯାଇପାରେ । ହେଲେ ନିକଟରେ ତିନି ତିନିଟି ବିଜେପି ଶାସିତ ରାଜ୍ୟରେ ପରାଜୟ କାରଣରୁ କେନ୍ଦ୍ର ସରକାର ଏ ଦିଗକୁ ଅଣଦେଖା କରି ଭୋଟରଙ୍କୁ ଅଧିକ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି ।
ଦେଶର ଅର୍ଥନୀତି ସଙ୍କଟରେ ଥିବା କାରଣରୁ ପୂର୍ବରୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କର ସହାୟତା ଲୋଡିଥିଲେ । ଏହାକୁ ନେଇ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଏବେ ଯାଏ ମଧ୍ୟ ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି । କିନ୍ତୁ କେନ୍ଦ୍ର ସରକାର ୧ଲକ୍ଷ କୋଟିର ଚାଷୀ ପ୍ୟାକେଜ ପ୍ରସ୍ତୁତ କରିବା ଜିଦରେ ଅଟଳ ଅଛନ୍ତି ।
ବିଶିଷ୍ଟ ଅର୍ଥନୀତିଜ୍ଞଙ୍କର କହିବା କଥା ହେଉଛି, ଏହା ଭୋଟରଙ୍କୁ ସୁହାଇପାରେ । ମାତ୍ର ଏହାର ସାଂଘାତିକ ପ୍ରଭାବ ଅର୍ଥନୀତି ଉପରେ ଆଗକୁ ପଡିବା ସମ୍ଭାବନାକୁ ଏଡାଇ ଦେଉ ହେଉନାହିଁ ।
ପ୍ରମୁଖ ଖବର
ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍କୁ ବସ ବନ୍ଦ