ରାୟପୁର: ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ଭୋଟରଙ୍କୁ ଚକ୍ମା ଦେଇଥିଲା ବିଜେପି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ପାଦେ ଆଗକୁ ଯାଇଛନ୍ତି । ଛତିଶଗଡ ରାୟପୁରରେ ଏକ ସଭାରେ ଯୋଗଦେଇ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ ସର୍ବନିମ୍ନ ରୋଜଗାର ଭତ୍ତା ଦିଆଯିବ । ରାହୁଲଙ୍କ ଏହି କାର୍ଡ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି ।
କୃଷି ଋଣ ଛାଡ କରି ଚାଷୀଙ୍କ ଆସ୍ଥାଭାଜନ ହୋଇଥିବା ରାହୁଲଙ୍କୁ ଏହି ପ୍ରସଙ୍ଗ ଭୋଟ ହାତେଇବାରେ ସହାୟକ ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଲେଣି । ରାୟପୁର ସମାବେଶରେ ଯୋଗଦେଇ ରାହୁଲ ଆଜି କହିଥିଲେ, ଯଦି ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସେ, ତେବେ ଦେଶରୁ ଗରିବି ଓ ଭୋକ ସମ୍ପୂର୍ଣ୍ଣ ଦୂର କରାଯିବ । ସମସ୍ତଙ୍କୁ ସର୍ବନିମ୍ନ ରୋଜଗାର ଭତ୍ତା ପ୍ରଦାନ କରାଯିବ । ଦୁଇଟି ଭାରତ କଂଗ୍ରେସ କଳ୍ପନା କରିପାରିବ ନାହିଁ ।
କେନ୍ଦ୍ର ସରକାରଙ୍କୁ ପରୋକ୍ଷରେ ଆକ୍ଷେପ କରି ରାହୁଲ କହିଥିଲେ, ୧୫ଟି ବଡ ବଡ ଶିଳ୍ପ ସଂସ୍ଥାକୁ ୩.୫ ଲକ୍ଷ କୋଟି ଟଙ୍କା ଛାଡ କରାଗଲା । ଚାଷୀଙ୍କ ଋଣ କିନ୍ତୁ ଛାଡ କରାଯାଇପାରିବ ନାହିଁ?
ରାଫେଲ ଘଟଣାର ସ୍ମରଣ କରି ରାହୁଲ କହିଥିଲେ, ଫ୍ରାନ୍ସର ବେକାରୀ ଦୂର ପାଇଁ ମୋଦୀ ସରକାର ପଦକ୍ଷେପ ନେଲେ । ହେଲେ ଓଡ଼ିଶାର ହାଲକୁ ସୁଯୋଗ ମିଳିଲା ନାହିଁ । ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡର ହଜାର ହଜାର ବେକାରୀଙ୍କ ହାତକୁ ନିଯୁକ୍ତି ମିଳିଥାନ୍ତା ।
ଉଲ୍ଲେଖଯୋଗ୍ୟ, କ୍ଷମତାକୁ ଆସିବାର ଦଶଦିନ ମଧ୍ୟରେ ଋଣ ଛାଡ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା କଂଗ୍ରେସ । ଆଉ ପରିଣାମ ହେଲା, ୧୫ ବର୍ଷର ବିଜେପି ଶାସନର ପରିସମାପ୍ତି ଘଟାଇ ଛତିଶଗଡ ଭୋଟର କଂଗ୍ରେସ ସପକ୍ଷରେ ରାୟ ଦେଲେ । ରାହୁଲ ତୁରନ୍ତ ପ୍ରତିଶ୍ରୁତି ପୂରଣ କରିଛନ୍ତି । କେବଳ ଛତିଶଗଡ ନୁହେଁ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଛି । ଏଣୁ ସ୍ୱାଭାବିକ ଭାବେ ରାହୁଲଙ୍କ ଏହି ପ୍ରତିଶ୍ରୁତିକୁ ଭୋଟର ବିଶ୍ୱାସ କରିବାର ସମ୍ଭାବନା ଅଧିକ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖୁଛନ୍ତି ।
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା