ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ବିଦ୍ରୋହୀଙ୍କୁ ଡରାଇଲେ ନିରଞ୍ଜନ

0

୨୬ରେ ନୁହେଁ, ମାର୍ଚ୍ଚ ୨ ସୁଦ୍ଧା ଆସିବେ ରାହୁଲ
ଭୁବନେଶ୍ୱର: ଯିଏ ବିଦ୍ରୋହ କରିବ, ଲୋକେ ତାର ଜବାବ ଦେବେ । ୨୦୧୯ ନିର୍ବାଚନକୁ କର ବା ମର ନୀତିରେ ଗ୍ରହଣ କରିଥିବା ରାଜ୍ୟ କଂଗ୍ରେସ ଆଜି ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଏମିତି ଚେତାବନୀ ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରୋକ୍ଷରେ ସୂଚାଇ ଦେଇଛନ୍ତି, ଯେଉଁମାନେ ଦଳ ରାସ୍ତାରେ ନ ଯିବେ, ସେମାନଙ୍କ ପାଇଁ ମହଙ୍ଗା ପଡିପାରେ ।
ସମାନ୍ତରାଳ ଭାବେ ଓଡ଼ିଶା ନିର୍ବାଚନ ଉପରେ କଂଗ୍ରେସ ଫୋକସ ରହିଛି, ଏକଥା ଜଣାଇବା ଲାଗି ଆଜି ପିସିସି ସଭାପତି କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ ସମ୍ଭବତଃ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିନପାରନ୍ତି । ଏ ଆଶା କ୍ଷୀଣ । କିନ୍ତୁ ଫେବ୍ରୁଆରି ୨ ତାରିଖ ମଧ୍ୟରେ ସେ ନିଶ୍ଚୟ ଆସିବେ । ପୂର୍ବରୁ ରାହୁଲ ୨ଥର ଓଡ଼ିଶା ଆସି ତିନିଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ୱର, କଳାହାଣ୍ଡି ଓ ରାଉରକେଲାରେ ରାହୁଲଙ୍କ ସଭାକୁ ଭୋଟର ଜବରଦସ୍ତ ସମର୍ଥନ ଦେଇଥିଲେ । ଏଥର ରାହୁଲ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଅବିଭକ୍ତ କଟକ ଗସ୍ତରେ ଆସିପାରନ୍ତି ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ତିନି ଦିନର କସରତ କରି ସ୍କ୍ରିନିଂ କମିଟି ୧୧ଟି ଲୋକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ ଦଳର ଆଶାୟୀ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଖୁବ୍‍ ଶୀଘ୍ର ବାକି ୧୦ଟି ଲୋକସଭା ଓ ତା ଅନ୍ତର୍ହତ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଚୟନ ଚଳିତମାସ ଶେଷ ସୁଦ୍ଧା ସରିବ । ମାର୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଗତକାଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ କହିଥିଲେ ।

Leave A Reply

Your email address will not be published.