୨୬ରେ ନୁହେଁ, ମାର୍ଚ୍ଚ ୨ ସୁଦ୍ଧା ଆସିବେ ରାହୁଲ
ଭୁବନେଶ୍ୱର: ଯିଏ ବିଦ୍ରୋହ କରିବ, ଲୋକେ ତାର ଜବାବ ଦେବେ । ୨୦୧୯ ନିର୍ବାଚନକୁ କର ବା ମର ନୀତିରେ ଗ୍ରହଣ କରିଥିବା ରାଜ୍ୟ କଂଗ୍ରେସ ଆଜି ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଏମିତି ଚେତାବନୀ ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରୋକ୍ଷରେ ସୂଚାଇ ଦେଇଛନ୍ତି, ଯେଉଁମାନେ ଦଳ ରାସ୍ତାରେ ନ ଯିବେ, ସେମାନଙ୍କ ପାଇଁ ମହଙ୍ଗା ପଡିପାରେ ।
ସମାନ୍ତରାଳ ଭାବେ ଓଡ଼ିଶା ନିର୍ବାଚନ ଉପରେ କଂଗ୍ରେସ ଫୋକସ ରହିଛି, ଏକଥା ଜଣାଇବା ଲାଗି ଆଜି ପିସିସି ସଭାପତି କହିଛନ୍ତି ଯେ ଆସନ୍ତା ୨୬ ତାରିଖରେ ସମ୍ଭବତଃ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିନପାରନ୍ତି । ଏ ଆଶା କ୍ଷୀଣ । କିନ୍ତୁ ଫେବ୍ରୁଆରି ୨ ତାରିଖ ମଧ୍ୟରେ ସେ ନିଶ୍ଚୟ ଆସିବେ । ପୂର୍ବରୁ ରାହୁଲ ୨ଥର ଓଡ଼ିଶା ଆସି ତିନିଟି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଭୁବନେଶ୍ୱର, କଳାହାଣ୍ଡି ଓ ରାଉରକେଲାରେ ରାହୁଲଙ୍କ ସଭାକୁ ଭୋଟର ଜବରଦସ୍ତ ସମର୍ଥନ ଦେଇଥିଲେ । ଏଥର ରାହୁଲ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ଅବିଭକ୍ତ କଟକ ଗସ୍ତରେ ଆସିପାରନ୍ତି ବୋଲି କୁହାଯାଉଛି ।
ଉଲ୍ଲେଖଯୋଗ୍ୟ, ତିନି ଦିନର କସରତ କରି ସ୍କ୍ରିନିଂ କମିଟି ୧୧ଟି ଲୋକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ ଦଳର ଆଶାୟୀ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଖୁବ୍ ଶୀଘ୍ର ବାକି ୧୦ଟି ଲୋକସଭା ଓ ତା ଅନ୍ତର୍ହତ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଚୟନ ଚଳିତମାସ ଶେଷ ସୁଦ୍ଧା ସରିବ । ମାର୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଗତକାଲି ସ୍କ୍ରିନିଂ କମିଟି ଅଧ୍ୟକ୍ଷ କହିଥିଲେ ।
ପ୍ରମୁଖ ଖବର
୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ