ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

କାନ୍ଦି ପକାଇଲା ଓଡ଼ିଶା

0

ସହିଦ ଯବାନଙ୍କ ମରଶରୀର ପହଞ୍ଚିଲା
ବିମାନବନ୍ଦରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ହଜାର ହଜାର ଲୋକ ଏକାଠି ହେଲେ
ପାକିସ୍ତାନ ମୁର୍ଦାବାଦ ବୋଲି ଗର୍ଜିଲେ
ଜନ୍ମମାଟିରେ ହେବ ସହିଦଙ୍କ ଶେଷକୃତ୍ୟ

ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର । ଶବାଧାରକୁ ଧରି ତଳେ ଗଡିଯାଉଥିଲେ ପରିବାର ବର୍ଗ । ଉପସ୍ଥିତ ସିଆର୍‍ପିଏଫ୍‍ ଯବାନ ବି ତାଙ୍କ କୋହକୁ ସମ୍ୱରଣ କରିପାରୁନଥିଲେ । ଯିଏ ଦେଖୁଥିଲା, ତା ଆଖିରେ ଜକେଇ ଆସିଥିଲା ଲୁହ ।
ପୁଲଵାମା ଆତଙ୍କବାଦ ଘଟଣାରେ ସହିଦ ଦୁଇ ବୀର ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଆଜି ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱରର ପହଞ୍ଚିବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ବିମାନ ବନ୍ଦରରେ । ସମଗ୍ର ବିମାନ ବନ୍ଦର ଅଞ୍ଚଳଟି ଗୁମୁରି ଗୁମୁରି ଯେମିତି କାନ୍ଦୁଥିଲା । ଉପସ୍ଥିତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଛି ଛି କରିଥିଲେ ସମସ୍ତେ । ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ ବିମାନ ବନ୍ଦରରେ । ପାକିସ୍ତାନ ମୁର୍ଦାବାଦ ବୋଲି କମ୍ପିଥିଲେ ଲୋକେ । ଛାତି ଭିତରର କୋହକୁ ଚାପି ପାକିସ୍ତାନ ବିରୋଧରେ ବଡ଼ ଧରଣର ଆକ୍ରମଣ ଲାଗି ଦାବି ଉଠାଉଥିଲେ । ବନ୍ଧୁକ ମୁନରେ କଡ଼ା ଜବାବ ଦେବା ଲାଗି ଚିତ୍କାର କରୁଥିଲେ ।
ସେପଟେ ସହିଦଙ୍କ ମରଶରୀର ପହଞ୍ଚିବା ପରେ ଶବାଧାରକୁ ସିଆରପିଏଫ୍‍ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର କଟେଜ୍‍ ସାମ୍ନାରେ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସହିଦଙ୍କ ମରଶରୀରକୁ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ବିଜେପି ସଭାପତି ବସନ୍ତ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୁଲିସ ମହାନିର୍ଦେଶକ, ବରିଷ୍ଠ ଅଧିକାରୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ସମ୍ମାନର ସହିତ ବିମାନବନ୍ଦରରୁ ସେମାନଙ୍କ ଜନ୍ମମାଟିକୁ ପାର୍ଥିବ ଶରୀର ନିଆଯାଇଛି ।
ସେପଟେ ସହିଦ ପ୍ରସନ୍ନ କୁମାର ସାହୁଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପାରିଶିଖର ଗାଁ ଓ ସହିଦ ମନୋଜ ବେହେରାଙ୍କ ଗାଁ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁର ଗାଁ ଲୋକଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉନାହିଁ । ଏହି ଘଟଣାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ଗାଁରେ କାନ୍ଦବୋବାଳି ଲାଗି ରହିଛି ।
୪୬ ବର୍ଷ ବୟସ୍କ ପ୍ରସନ୍ନ ସାହୁ, ୧୯୯୫ ମସିହାରେ ସିଆରପିଏଫ୍‍ରେ ଯୋଗଦେଇଥିଲେ । ନଭେମ୍ୱରରେ ପୁଅର ଷୋଳ ପୂଜା ପରେ ସେ ପୁଣି କର୍ମଭୂମିକୁ ଫେରିଯାଇଥିଲେ । ସେହିପରି ୩୩ ବର୍ଷ ବୟସର ମନୋଜ ୨୦୦୬ରେ ସିଆରପିଏଫ୍‍ରେ ଯୋଗଦେଇଥିଲେ । ୨୦୧୭ରେ ତାଙ୍କର ବିବାହ ହୋଇଥିଲା । ନିକଟରେ ନିଜ କୁନି ଝିଅର ପ୍ରଥମ ଜନ୍ମଦିନରେ ଯୋଗଦେଇ ୬ ତାରିଖରେ କର୍ମଭୂମିକୁ ଫେରିଥିଲେ ।

Leave A Reply

Your email address will not be published.