ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷ ଓ ଅଗ୍ରଗତିର ସ୍ମୃତିଚାରଣ
ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା
ଆଉ ଦୁଇ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିସନ କାର୍ଯ୍ୟକାଳ
ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ
ବୋର୍ଡ ପରୀକ୍ଷା ପରେ କେଉଁ କ୍ଷେତ୍ରରେ କ୍ୟାରିୟର ଗଢିବେ ଛାତ୍ରଛାତ୍ରୀ, ସେ ଦିଗରେ ଦିଆଯିବ ପ୍ରଶିକ୍ଷଣ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା
ପଞ୍ଚାୟତିରାଜ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର
ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ
ଗୃହବିଭାଗକୁ ଏଫ୍‌ଆଇଆର୍‌ ଓ ସାଇବର ତଦନ୍ତ ପାଇଁ ଚିଠି ଲେଖିଲା ପଞ୍ଚାୟତିରାଜ ବିଭାଗ
ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

କାନ୍ଦି ପକାଇଲା ଓଡ଼ିଶା

0

ସହିଦ ଯବାନଙ୍କ ମରଶରୀର ପହଞ୍ଚିଲା
ବିମାନବନ୍ଦରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ହଜାର ହଜାର ଲୋକ ଏକାଠି ହେଲେ
ପାକିସ୍ତାନ ମୁର୍ଦାବାଦ ବୋଲି ଗର୍ଜିଲେ
ଜନ୍ମମାଟିରେ ହେବ ସହିଦଙ୍କ ଶେଷକୃତ୍ୟ

ଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର । ଶବାଧାରକୁ ଧରି ତଳେ ଗଡିଯାଉଥିଲେ ପରିବାର ବର୍ଗ । ଉପସ୍ଥିତ ସିଆର୍‍ପିଏଫ୍‍ ଯବାନ ବି ତାଙ୍କ କୋହକୁ ସମ୍ୱରଣ କରିପାରୁନଥିଲେ । ଯିଏ ଦେଖୁଥିଲା, ତା ଆଖିରେ ଜକେଇ ଆସିଥିଲା ଲୁହ ।
ପୁଲଵାମା ଆତଙ୍କବାଦ ଘଟଣାରେ ସହିଦ ଦୁଇ ବୀର ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ ବେହେରାଙ୍କ ପାର୍ଥିବ ଶରୀର ଆଜି ସ୍ୱତନ୍ତ୍ର ବିମାନଯୋଗେ ଭୁବନେଶ୍ୱରର ପହଞ୍ଚିବା ପରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ବିମାନ ବନ୍ଦରରେ । ସମଗ୍ର ବିମାନ ବନ୍ଦର ଅଞ୍ଚଳଟି ଗୁମୁରି ଗୁମୁରି ଯେମିତି କାନ୍ଦୁଥିଲା । ଉପସ୍ଥିତ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ଛି ଛି କରିଥିଲେ ସମସ୍ତେ । ହଜାର ହଜାର ଲୋକ ରୁଣ୍ଡ ହୋଇଥିଲେ ବିମାନ ବନ୍ଦରରେ । ପାକିସ୍ତାନ ମୁର୍ଦାବାଦ ବୋଲି କମ୍ପିଥିଲେ ଲୋକେ । ଛାତି ଭିତରର କୋହକୁ ଚାପି ପାକିସ୍ତାନ ବିରୋଧରେ ବଡ଼ ଧରଣର ଆକ୍ରମଣ ଲାଗି ଦାବି ଉଠାଉଥିଲେ । ବନ୍ଧୁକ ମୁନରେ କଡ଼ା ଜବାବ ଦେବା ଲାଗି ଚିତ୍କାର କରୁଥିଲେ ।
ସେପଟେ ସହିଦଙ୍କ ମରଶରୀର ପହଞ୍ଚିବା ପରେ ଶବାଧାରକୁ ସିଆରପିଏଫ୍‍ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର କଟେଜ୍‍ ସାମ୍ନାରେ ରଖାଯାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସହିଦଙ୍କ ମରଶରୀରକୁ ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ବିଜେପି ସଭାପତି ବସନ୍ତ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୁଲିସ ମହାନିର୍ଦେଶକ, ବରିଷ୍ଠ ଅଧିକାରୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ସମ୍ମାନର ସହିତ ବିମାନବନ୍ଦରରୁ ସେମାନଙ୍କ ଜନ୍ମମାଟିକୁ ପାର୍ଥିବ ଶରୀର ନିଆଯାଇଛି ।
ସେପଟେ ସହିଦ ପ୍ରସନ୍ନ କୁମାର ସାହୁଙ୍କ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ପାରିଶିଖର ଗାଁ ଓ ସହିଦ ମନୋଜ ବେହେରାଙ୍କ ଗାଁ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁର ଗାଁ ଲୋକଙ୍କ ଆଖିରୁ ଲୁହ ଶୁଖିବାର ନାଁ ନେଉନାହିଁ । ଏହି ଘଟଣାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ଗାଁରେ କାନ୍ଦବୋବାଳି ଲାଗି ରହିଛି ।
୪୬ ବର୍ଷ ବୟସ୍କ ପ୍ରସନ୍ନ ସାହୁ, ୧୯୯୫ ମସିହାରେ ସିଆରପିଏଫ୍‍ରେ ଯୋଗଦେଇଥିଲେ । ନଭେମ୍ୱରରେ ପୁଅର ଷୋଳ ପୂଜା ପରେ ସେ ପୁଣି କର୍ମଭୂମିକୁ ଫେରିଯାଇଥିଲେ । ସେହିପରି ୩୩ ବର୍ଷ ବୟସର ମନୋଜ ୨୦୦୬ରେ ସିଆରପିଏଫ୍‍ରେ ଯୋଗଦେଇଥିଲେ । ୨୦୧୭ରେ ତାଙ୍କର ବିବାହ ହୋଇଥିଲା । ନିକଟରେ ନିଜ କୁନି ଝିଅର ପ୍ରଥମ ଜନ୍ମଦିନରେ ଯୋଗଦେଇ ୬ ତାରିଖରେ କର୍ମଭୂମିକୁ ଫେରିଥିଲେ ।

Leave A Reply

Your email address will not be published.