ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

କେଉଁ ରାସ୍ତାରେ ଯାଉଛିି କଂଗ୍ରେସ?

0

ସହମତିରେ ହୋଇପାରୁନି ପ୍ରାର୍ଥୀ ଚୟନ
ଗୋଷ୍ଠୀବାଦ ଯାଇନି, ବୟସ୍କ ବି ଆଶାୟୀ
ସଂଗଠନ ଥିବା ନେତାଙ୍କ ବିରୋଧୀ ସକ୍ରିୟ
ପିସିସି ସତର୍କ ନହେଲେ, ବିପର୍ଯ୍ୟୟ ସମ୍ଭାବନା
ଭୁବନେଶ୍ୱର: ନିର୍ବାଚନମଣ୍ଡଳୀରେ ବର୍ଷତମାମ କର୍ମୀଙ୍କୁ ସଂଗଠିତ କରି ଜଣେ ଦଳର ପତାକା ବଞ୍ଚାଇଲା । ଦୀର୍ଘ ୫ ବର୍ଷ ଧରି ସଭା, ସମିତି, ବିକ୍ଷୋଭ ଆୟୋଜନ କରି ଲୋକଙ୍କ ପାଖରେ ରହିଛି । ଏବେ କିନ୍ତୁ ନିର୍ବାଚନ ଲଢିବା ବେଳକୁ ମାଳ ମାଳ ନେତା ଉଭା ହେଲେଣି । କିଏ ନିର୍ବାଚନମଣ୍ଡଳୀରେ ବ୍ୟାନର ଲଗାଇ କର୍ମୀଙ୍କ ଦୃଷ୍ଟି ଆକର୍ଷଣ କରୁଛି, ନେତାଙ୍କ ମନରେ ପଶୁଛି ତ ଆଉ କିଏ ଦଳର ଛାମୁଆ ନେତାଙ୍କ ପାଖ ଛାଡୁନି । ସଂଗଠନ କରୁଥିବା ନେତାଙ୍କ ବିଷୟରେ ଯାହା ମନକୁ ଆସିଲା ତାହା ବତାଇ ଏମିତି ବାତାବରଣ ସୃଷ୍ଟି କରାଯାଉଛି, ଯେମିତି ସଂଗଠନ କରୁଥିବା ନେତା ଜଣକ ଦଳ ବିରୋଧୀ ।
ଟିକେଟ୍‍ ପାଇଁ ଚାଲିଥିବା ସ୍କି୍ରିନିଂ ପ୍ରକ୍ରିୟାରେ ନୂଆଦିଲ୍ଲୀରୁ ଆସିଥିବା ନେତାମାନେ କି ବାର୍ତା ନେଇ ଫେରିଲେ କେଜାଣି, ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ କିନ୍ତୁ କଂଗେ୍‍୍ରସର ଏ ସ୍ଥିତି ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ କରିଦେଲେଣି । ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତା ବାହାରେ ରହିବା ପରେ ନେତାମାନଙ୍କର ଯେମିତି ଚୈତନ୍ୟଦ୍ୟୋୟ ହୋଇନାହିଁ । ପୁରୁଣା ବେମାରି ଜମାରୁ ଯାଉନି । ପରସ୍ପର ଗୋଚ୍ଛିକଟା ରାଜନୀତି ପୁଣି କଂଗ୍ରେସ ଭବନର କ୍ୟାମ୍ପସ ଭିତରକୁ ଧସେଇ ପଶିଛି ।
୧୧ଟି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭୭ଟି ଆସନ ପାଇଁ ସ୍କ୍ରିନିଂ ଚାଲିଥିଲା । ପୁରୀ ଠାରୁ ଆରମ୍ଭ କରି କେନ୍ଦ୍ରାପଡା, ଜଗତସିଂହପୁର, କୋରାପୁଟ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ନେତାମାନେ ସେମାନଙ୍କର ପ୍ରସ୍ତାବ ରଖିଲେ । ଆଜି ସ୍କ୍ରିନିଂ କମିଟି ସଦସ୍ୟମାନେ ଗଣମାଧ୍ୟମକୁ କହିଛନ୍ତି, ୨୨ ତାରିଖ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟରେ ବାକି ନିର୍ବାଚନମଣ୍ଡଳୀ ସଂପର୍କରେ ଆଲୋଚନା ହେବ । ତେବେ ମାର୍ଚ ପ୍ରଥମ ସପ୍ତାହ ବେଳକୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ସମ୍ଭାବନା ରହିଛି ।
କୌତୂହଳର କଥା ହେଲା, ଦୀର୍ଘ ୭୨ ଘଣ୍ଟା ଧରି ଯେଉଁ କସରତ କଂଗ୍ରେସ ଭବନରେ ଚାଲିଥିଲା ସେଥିରେ ନେତୃତ୍ୱ ନିକଟରେ କୌଣସି ଜିଲ୍ଲାରୁ ଠୋସ୍‍ ପ୍ରସ୍ତାବ ରଖାଗଲା ନାହିଁ । ଗୋଟିଏ ନାମ ଉପରେ ସବୁ ନେତା ଏକମତ ହୋଇପାରିଲେ ନାହିଁ । ଆଶାୟୀଙ୍କ ସଂଖ୍ୟା ଅନେକ ଥିଲା । ସବୁଠାରୁ ବଡ କଥା, ଯେଉଁମାନେ ପାଞ୍ଚବର୍ଷ ମଧ୍ୟରେ ଗୋଟିଏ ବି କର୍ମୀ ସମ୍ମିଳନୀ କରିନାହାନ୍ତି, ସେଭଳି ନେତାମାନେ ନିଜ ପ୍ରସ୍ତାବ ରଖିଲେ ଓ ନୂଆଦିଲ୍ଲୀରୁ ଆସିଥିବା ନେତାମାନେ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେଇ ବି ଶୁଣିଲେ । ୭୫ ଓ ୮୦ ବର୍ଷ ବୟସ୍କ ନେତାମାନେ ବାରମ୍ୱାର ହାରିବା ପରେ ବି ପ୍ରାର୍ଥିତ୍ୱ ଦୌଡରୁ ଆପେ ଓହରିଯିବାକୁ ଚାହିଁନାହାନ୍ତିବରଂ ସେମାନଙ୍କ ସପକ୍ଷରେ ଆଜି ବି ଭୋଟର ଅଛନ୍ତି, ଏକଥା ବୁଝାଇବା ପାଇଁ ଅନେକ ମନଗଢା କଥା, ଗଛରୁ ତୋଳି ଆଣିବା ଭଳି ଉଦାହରଣ କମିଟି ସଦସ୍ୟଙ୍କ ସାମ୍ନାରେ ରଖିଛନ୍ତି ।
କେବଳ ସେତିକି ନୁହେଁ, ଏକଥା ବି ଜଳ ଜଳ ହୋଇ ପଦାକୁ ଆସିଛି ଯେ ଗୋଷ୍ଠୀବାଦ କଂଗ୍ରେସର ପିଛା ଛାଡିପାରୁନାହିଁ । ୧୯୯୦ ମସିହା ପରଠାରୁ ପୁରୀ ସହରରେ କଂଗ୍ରେସ କ୍ଷମତା ଦେଖିନାହିଁ । କିନ୍ତୁ ପୁରୀ ଜିଲ୍ଲାର ନେତାମାନେ ଗୋଟିଏ ନାମ ଉପରେ ସହମତ ହୋଇପାରିନାହାନ୍ତି । ଜାନକୀ ପଟ୍ଟନାୟକଙ୍କ ଅବର୍ତମାନରେ ବି ତାଙ୍କ ନାମରେ ଗୋଷ୍ଠୀ ରହିଛି । ଲୁଲୁ ମହାପାତ୍ରଙ୍କ ବିୟୋଗ ପରେ ବି ଲୁଲୁ ପିଲା କହି ପରିଚୟ ଦେଉଛନ୍ତି ନେତା । ସେହିପରି ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଏମିତି ଯାହା ନାମ ପାଇଲେ ତାହା ନାମ ଧରି ଗୋଷ୍ଠୀ ତିଆରି କରି ସେହି ଆଳରେ ଉପଯୁକ୍ତ ପ୍ରାର୍ଥୀଙ୍କୁ କାଟିଦେବାକୁ ଜୋରଦାର ଲବି ଚଳାଇଛନ୍ତି ।
ପୁରୀ ନିର୍ବାଚନମଣ୍ଡଳୀରେ ଗତ ପାଞ୍ଚବର୍ଷ ଧରି ଯେଉଁ ଯୁବକମାନେ ସଂଗଠନକୁ ଧରି ରଖିଛନ୍ତି, ସେମାନଙ୍କୁ ବାଦ୍‍ ଦେଇ ଟିଭି ଆଗରେ ତମ୍ୱିତୋଫାନ କରୁଥିବା ନେତାଙ୍କୁ ଅଗ୍ରାଧିକାର ଦେବା ଲାଗି ଗୋଟିଏ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । କେବଳ ପୁରୀରେ ଯେ ଏହି ସ୍ଥିତି ତା ନୁହେଁ, ରାଜ୍ୟର ପ୍ରମୁଖ କିଛି ନିର୍ବାଚନମଣ୍ଡଳୀରେ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର କହିବା କଥା ହେଉଛି, ବରିଷ୍ଠ ନେତାମାନେ ବାରମ୍ୱାର ନିର୍ବାଚନ ହାରୁଥିବା ପରିପ୍ରେକ୍ଷୀରେ ସେମାନେ ଆପେ ଏଥିରୁ ଓହରିଯିବା କଥା । ଏମିତିରେ ବି ଆଜି ଦିନରେ ପ୍ରମୁଖ ଭୋଟର ୧୮ରୁ ୩୮ ବର୍ଷର ଯୁବକ । ସେମାନେ ବରିଷ୍ଠଙ୍କ ସହିତ ଯିବାକୁ ଚାହୁଁନାହାନ୍ତି । ରାହୁଲ ଗାନ୍ଧୀ ଯେତେ ଚିତ୍କାର କରନ୍ତୁ, ଲୋକ ଯେତେ ରୁଣ୍ଡ ହୁଅନ୍ତୁ, ଯଦି ସହମତି ଭିତିରେ କଂଗ୍ରେସ ଲୋକଙ୍କ ସହିତ ଥିବା ନେତାଙ୍କୁ ନିର୍ବାଚନରେ ସାମ୍ନାକୁ ନ ଆଣେ, ତେବେ ସରକାରକୁ ଆସିବା ତ ଦୂରର କଥା, ବର୍ତମାନ ସଂଖ୍ୟାଠାରୁ ଆଗକୁ ଯିବା କଷ୍ଟ ସାଧ୍ୟ ହୋଇପାରେ । ଏ କ୍ଷେତ୍ରରେ ପିସିସି ସଭାପତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫର୍ମୁଲା ପ୍ରୟୋଗ କରିବା ଦରକାର ।
ଉଲ୍ଲେଖଥାଉକି, ୨୦୧୪ରେ ବିି ରାଜ୍ୟ ସରକାରଙ୍କ ବାତାବରଣ ଥିଲା ଓ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ହାଵା ଥିଲା । ହେଲେ ଓଡ଼ିଶାରେ କଂଗ୍ରେସ ନେତାମାନଙ୍କ ବିରୋଧରେ ଟିକେଟ୍‍ ବିକ୍ରି ଅଭିଯୋଗ ଆସିଥିଲା ଓ ବିଜେପିି ତୃଣମୂଳସ୍ତରରେ ନିଜ ସଂଗଠନ ତିଆରି ନ କରି କେବଳ ଗଣମାଧ୍ୟମରେ ରହିଥିଲେ । ପରିଣାମରେ ନବୀନ ଚତୁର୍ଥ ପାଳିରେ ୧୦୩ରୁ କମିବେ କଣ ଓଲଟା ୧୧୭ ସଂଖ୍ୟା ଅତି ସହଜରେ ହାସଲ କରିବାରେ ସକ୍ଷମ ହୋଇଥିଲେ ।

Leave A Reply

Your email address will not be published.