ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୁଲଵାମା ଆକ୍ରମଣର କାରଣ ପ୍ରତିଶୋଧ

0

ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍‍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା ।
ସବୁଠାରୁ ବଡ କଥା ହେଲା, ଆଦିଲ୍‍ ଏଭଳି କାଣ୍ଡ ଭିଆଇବା ପଛର କାରଣ ପ୍ରତିଶୋଧ । ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୨୦୧୮ ଜୁନରେ ସିଆରପିଏଫ୍‍ ଆଦିଲର କାକାପୋରା ବାସଭବନକୁ ନିଆଁଲଗାଇ ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଣୁ ଆଦିଲ ନିଖୋଜ ହେବା ପରଠାରୁ ଏହି କାମରେ ଲାଗିଥିଲା, କେମିତି ସିଆରପିଏଫ୍‍ଙ୍କୁ ପୋଡି ମାରିବ ।
ଆସନ୍ତା ୨ ସପ୍ତାହ ମଧ୍ୟରେ ଏନ୍‍ଆଇଏ ଏହି ଘଟଣାର ତଦନ୍ତ ସାରିବା ପରେ ଯେଉଁ ପୂର୍ଣ୍ଣାଙ୍ଗ ରିପେର୍ଟ ଦେବ, ସେଥିରେ ଏ ନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଆଦିଲ୍‍୍‍ ବିସ୍ଫୋରଣରେ ବ୍ୟବହାର କରିଥିବା କାର ସଂପର୍କରେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଛି । ଆତ୍ମଘାତୀ କାର୍‍ ସ୍କର୍ପିଓ ନୁହେଁ, ବରଂ ମାରୁତି ଇକୋ ଥିଲା । ଆକ୍ରମଣର ୧୦ ଦିନ ପୂର୍ବରୁ ଏହି କାର କିଣାଯାଇଥିଲା । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ସହଯୋଗୀମାନେ ଏହି କାରରେ ବିସ୍ଫୋରକ ସାମଗ୍ରୀ ଖଞ୍ଜାଯାଇଥିଲା । ତେବେ ୮ ବର୍ଷ ପୂର୍ବରୁ ଏହାର ପଞ୍ଜୀକରଣ କଶ୍ମୀରରେ କରାଯାଇଥିଲା । ଗାଡିର ମାଲିକ ଜଣେ ଆତଙ୍କବାଦୀ, ଯେଉଁ ସଂଗଠନରେ ଆଦିଲ୍‍ ସାମିଲ ହୋଇଥିଲା ।
ଗତ ୧୪ ତାରିଖ ଦିନ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିଲେ । ଏଥିରେ ଓଡ଼ିଶାର ମଧ୍ୟ ଦୁଇଜଣ ଯବାନ ଥିଲେ ।

Leave A Reply

Your email address will not be published.