ନୂଆଦିଲ୍ଲୀ: ପୁଲଵାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ହାତ ଥିବା ନେଇ ଭାରତ ହାତରେ ବଡ଼ ପ୍ରମାଣ ଲାଗିଛି । ଆତଙ୍କବାଦୀମାନେ ବ୍ୟବହାର କରିଥିବା ଆରଡିଏµ ପାକିସ୍ତାନରୁ ହିଁ ଆସିଥିଲା । କେବଳ ସେତିକି ନୁହେଁ,ଏହି ଘଟଣାରେ ଆଦିଲ୍ ସହିତ ଆଉ ପାଞ୍ଚ ଆତଙ୍କବାଦୀଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିଲା ।
ସବୁଠାରୁ ବଡ କଥା ହେଲା, ଆଦିଲ୍ ଏଭଳି କାଣ୍ଡ ଭିଆଇବା ପଛର କାରଣ ପ୍ରତିଶୋଧ । ତଦନ୍ତକାରୀ ସଂସ୍ଥା ଏନଆଇଏକୁ ଏ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୨୦୧୮ ଜୁନରେ ସିଆରପିଏଫ୍ ଆଦିଲର କାକାପୋରା ବାସଭବନକୁ ନିଆଁଲଗାଇ ପୋଡି ଦେବାକୁ ଉଦ୍ୟମ କରିଥିଲେ । ଏଣୁ ଆଦିଲ ନିଖୋଜ ହେବା ପରଠାରୁ ଏହି କାମରେ ଲାଗିଥିଲା, କେମିତି ସିଆରପିଏଫ୍ଙ୍କୁ ପୋଡି ମାରିବ ।
ଆସନ୍ତା ୨ ସପ୍ତାହ ମଧ୍ୟରେ ଏନ୍ଆଇଏ ଏହି ଘଟଣାର ତଦନ୍ତ ସାରିବା ପରେ ଯେଉଁ ପୂର୍ଣ୍ଣାଙ୍ଗ ରିପେର୍ଟ ଦେବ, ସେଥିରେ ଏ ନେଇ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ଆଦିଲ୍୍ ବିସ୍ଫୋରଣରେ ବ୍ୟବହାର କରିଥିବା କାର ସଂପର୍କରେ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସୂଚନା ମିଳିଛି । ଆତ୍ମଘାତୀ କାର୍ ସ୍କର୍ପିଓ ନୁହେଁ, ବରଂ ମାରୁତି ଇକୋ ଥିଲା । ଆକ୍ରମଣର ୧୦ ଦିନ ପୂର୍ବରୁ ଏହି କାର କିଣାଯାଇଥିଲା । ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦର ସହଯୋଗୀମାନେ ଏହି କାରରେ ବିସ୍ଫୋରକ ସାମଗ୍ରୀ ଖଞ୍ଜାଯାଇଥିଲା । ତେବେ ୮ ବର୍ଷ ପୂର୍ବରୁ ଏହାର ପଞ୍ଜୀକରଣ କଶ୍ମୀରରେ କରାଯାଇଥିଲା । ଗାଡିର ମାଲିକ ଜଣେ ଆତଙ୍କବାଦୀ, ଯେଉଁ ସଂଗଠନରେ ଆଦିଲ୍ ସାମିଲ ହୋଇଥିଲା ।
ଗତ ୧୪ ତାରିଖ ଦିନ ଆତ୍ମଘାତୀ ବିସ୍ଫୋରଣରେ ୪୦ ଯବାନ ସହିଦ ହୋଇଥିଲେ । ଏଥିରେ ଓଡ଼ିଶାର ମଧ୍ୟ ଦୁଇଜଣ ଯବାନ ଥିଲେ ।
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ