ପ୍ରମୁଖ ଖବର

କେନ୍ଦୁପତ୍ର ତୋଳାଳିଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ବୋନସ ଓ ମୂଲ୍ୟବୃଦ୍ଧିକୁ ମଞ୍ଜୁରି
ଜୁଲାଇ ୧୭ରେ ଗଡ଼ିବ ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍, ଶୁଭାରମ୍ଭ କରିବେ ମୋଦୀ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଓସିସିଏଲ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୨୩ କୋଠରୀର ଲଜ୍ ସହ ୮ ପ୍ଲଟ୍ ଠାବ
ଆନ୍ଧ୍ରରେ ୨ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ
ରୋଡ୍ ରୋଲର ଚଳାଇ ୪୭୨ କୋଟି ଟଙ୍କାର ନିଶାଦ୍ରବ୍ୟ ନଷ୍ଟ କଲେ ହିମନ୍ତ ବିଶ୍ୱ ସର୍ମା

ରାତିଅଧିଆ ମନେଇ ଦେଲେ, ବିଜେଡି ଫେଲ୍‍

0

ଭୁବନେଶ୍ୱର: କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଥିଲେ ଦୁଇଥରିଆ ବିଧାୟକ ନବ କିଶୋର ଦାସ । ସୁନ୍ଦରଗଡ ବିଧାୟକ ପଦ ଛାଡି ବିଜେଡିରେ ଯୋଗ ଦେଇଥିଲେ ଯୋଗେଶ ସିଂ । ଆହୁରି ଅନେକ କଂଗ୍ରେସ ନେତାଙ୍କ ନାମ ଶୁଣାଯାଉଥିଲା, ଯେଉଁମାନେ ବିଜେଡିକୁ ଆଖେଇଥିଲେ । ଏହାକୁ ନେଇ ବେଶ ହଲାପଟା ହେଉଥିଲେ କଂଗ୍ରେସ ନେତୃତ୍ୱ । କର୍ମୀଙ୍କ ମନବଳ ବି ଭାଙ୍ଗିଯାଉଥିଲା ।
ଠିକ୍‍ ଏମିତି ଏକ ସମୟରେ କଂଗ୍ରେସ ପାଇଁ ଏକ ଖୁସି ଖବର । ବିଧାୟକ ପ୍ରକାଶ ବେହେରାଙ୍କର ବିଜେଡି ମୋହ ତୁଟିଯାଉଛି । ନିକଟରେ କଂଗ୍ରେସର ଏକ ଶୀର୍ଷ ବୈଠକରେ ପ୍ରକାଶଙ୍କୁ କଂଗ୍ରେସ ନେତୃତ୍ୱ ମନେଇବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ କଂଗ୍ରେସ ସହିତ ରହିବେ ଓ ସାଲେପୁରରୁ ହିଁ ନିର୍ବାଚନ ଲଢିବେ । ଏହାକୁ ନେଇ କଂଗ୍ରେସର ଶୀର୍ଷ ନେତୃତ୍ୱ ଆଶ୍ୱସ୍ତ ହୋଇଛନ୍ତି । କେବଳ ସେତିକି ନୁହେଁ, ବିଜେଡି ଶିବିରର ରଣନୀତି ବିଫଳ ହୋଇଥିବା ସୂଚନା ମିଳିଛି ।
ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ଖବରକୁ ବିଶ୍ୱାସ କରାଗଲେ, ପ୍ରକାଶଙ୍କର ବିଜେଡି ସହିତ ମୂଲଚାଲ ଛିଣ୍ଡିଲାନି ବୋଲି କୁହାଯାଉଛି । ତାଙ୍କୁ ସାଲେପୁର ପରିବର୍ତେ କଟକ ସଦରରୁ ପ୍ରାର୍ଥୀ କରିବାକୁ ବିଜେଡି ଚାହୁଁଥିଲା । ମାତ୍ର ଏଥିରେ ଶ୍ରୀ ବେହେରା ରାଜି ହେଲେ ନାହିଁ । ଫଳରେ ଡିଲ୍‍ ବିଫଳ ହେଲା ଓ ଖାସ୍‍ ସେଇଥିପାଇଁ କଂଗ୍ରେସ ନେତା ମନାଇବାରେ ପ୍ରକାଶ ଆପେ ଆପେ ମତ ରଖିଲେ ଯେ ସେ ଦଳରେ ରହିବେ ।
ଏଠାରେ ଉଲ୍ଲେଖଥାଉକି, ପ୍ରକାଶଙ୍କର ନିଜ ଅଞ୍ଚଳରେ ବଡ ପ୍ରଭାବ ରହିଛି । ନିକଟରେ ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନିଶ୍ଚିନ୍ତକୋଇଲି ଯିବା ଦିନ ପ୍ରକାଶ ବିନା ପତାକା, ବ୍ୟାନରରେ ସେ ଯାତ୍ରା କରିଥିଲେ ଓ ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.